ମହାମାୟୀ ମହିଳା ମହାବିଦ୍ୟାଳୟ ରେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନାକ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
135

ବ୍ରହ୍ମପୁର,୦୯/୦୮/୨୦୨୩:
ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ,ବ୍ରହ୍ମପୁର ତରଫରୁ ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ରେ ଗଞ୍ଜାମ ଓ ଗଜପତି ଜିଲ୍ଲା ର ସମସ୍ତ କଲେଜ ଅଧ୍ୟକ୍ଷ ଓ ନାକ୍ ଟିମ୍ ମେମ୍ବର ଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ପରିଚାଳନା କମିଟି ଅଧ୍ୟକ୍ଷା ଡ. ଅରୁନ୍ଧତୀ ରଥ ଅଧ୍ୟକ୍ଷତା କରିଥିବାବେଳେ ଆଞ୍ଚଳିକ ନିର୍ଦ୍ଦେଶକ ଡ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ଡେପୁଟି ଡାଇରେକ୍ଟର ଡ. ସିଦ୍ଧାର୍ଥ ଶଙ୍କର ପାଢୀ ଓ କଲେଜ ଅଧ୍ୟକ୍ଷା ଶ୍ରୀମତି କବିତା ଶତପଥୀ ମଞ୍ଚାସୀନ ଥିଲେ । ବୈଠକ ରେ ନାକ୍ ବିଶେଷଜ୍ଞ ଭାବେ ଖଲ୍ଲିକୋଟ ସଂୟଶାସିତ କଲେଜ ଅବସର ପ୍ରାପ୍ତ ଆସୋସିଏଟ୍ ପ୍ରଫେସର ଡ. ବିଜୟ ମହାନ୍ତି, ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ, ସହକାରୀ ପ୍ରଫେସର ଭାରତୋତ୍ସଭ ଦାସ ଏବଂ ଇନ୍ଦିରା ମେମୋରିଆଲ କଲେଜ, ଚାନ୍ଦିପୁଟ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରୀପାଠି ଯୋଗ ଦେଇଥିଲେ।ଗଞ୍ଜାମ ଓ ଗଜପତି ଜିଲ୍ଲା ବିଭିନ୍ନ କଲେଜରେ ର ୧୦୦ ରୁ ଉର୍ଦ୍ଧ ଅଧ୍ୟକ୍ଷ ଓ କର୍ମଚାରୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଶେଷରେ ଅଧ୍ୟାପିକା ଶ୍ରୀମତି ଶ୍ରୀଜା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here