ଭାରତୀୟ ଜନତା ପାର୍ଟି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

0
289

ବ୍ରହ୍ମପୁର, ୧୫/୦୮/୨୦୨୩ : ଭାରତୀୟ ଜନତା ପାର୍ଟି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ବ୍ରହ୍ମପୁର ସ୍ଥିତ ଗାନ୍ଧୀ ନଗର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାନ୍ଧୀ ନଗର ଛକ ଠାରେ ଅବସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦଳର ବରିଷ୍ଠ ନେତା କାମନା ପାଢ଼ୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ବରିଷ୍ଠ ନେତା ସୁରେଶ ପାଢ଼ୀଙ୍କ ସମେତ ଦଳୀୟ ନେତୃବୃନ୍ଦ ମାଲ୍ୟାର୍ପଣ କରିବା ପରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ସହ ଦଳୀୟ ନେତୃବୃନ୍ଦଙ୍କ ଦ୍ୱାରା ଜାତୀୟ ଗାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶ୍ରୀ ପତିଙ୍କ ସମେତ ଦଳର ବରିଷ୍ଠ ନେତା ପ୍ରମୁଖ ଯୋଗ ଦେଇ ନରେନ୍ଦ୍ର ମୋଦି ସରକାରଙ୍କ ନଅ ବର୍ଷ ଶାସନର ସଫଳତା ବିଷୟରେ ଜଣାଇବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଆଜି ବିଶ୍ୱ ଗୁରୁ ହୋଇପାରିଛି ତାହା ଘରେ ଘରେ ପହଞ୍ଚାଇବାକୁ କହିଥିବା ବେଳେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଗଞ୍ଜାମ ଜିଲ୍ଲାରୁ ଅନ୍ୟାୟ,ଦୁର୍ନୀତି,ଭ୍ରଷ୍ଟାଚାର ହଟେଇବା ପାଇଁ ଜନସାଧାରଣ ସଂକଳ୍ପ ନିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି । ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି ଯୋଗ ଦେଇ ୧୨ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହୋଇଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଏହି ଅଗଷ୍ଟ ମାସରେ “ମୋ ମାଟି ମୋ ଦେଶ” ଅଭିଯାନ ସହିତ ସମାପ୍ତ ହେବ । ଏଣୁ ସମସ୍ତେ ମିଳିମିଶି ଦେଶର ପ୍ରଗତିରେ ଭାଗୀଦାର ହେବାକୁ ଆହ୍ୱାନ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ଲୋକସଭା ସଂଯୋଜକ ସରୋଜ ସାବତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଗାନ୍ଧୀ ନଗର ଛକ ଠାରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ପିଭିଏନ୍ ରାଓ ପେଟ୍ରୋଲ ପମ୍ପ୍ ଛକ ଠାରୁ ଆରମ୍ଭ ହୋଇ ଏସବିଆଇ ମୁଖ୍ୟ ବ୍ରାଞ୍ଚ ଛକ,ଗଞ୍ଜାମ କଳା ପରିଷଦ ରୋଡ୍ ଦେଇ ସୁବାରାଓ ଛକ,ଟାଟାବେଞ୍ଜ ଛକ,ଗିରି ରୋଡ଼,ବିଜିପୁର ଛକ,ଗୋସାଇଁନୂଆଗାଁ ଉତ୍ତରେଶ୍ୱର ଛକ,ଖଲ୍ଲିକୋଟ ଛକ,ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ,ଗିରିଜା ଛକ ହୋଇ ଗାନ୍ଧୀନଗର ଛକ ଠାରେ ଶେଷ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଡ଼ା.ସୁବାଷ ସାହୁ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,କର୍ପୋରେଟର ରଞ୍ଜିତା ବେହେରା,ସବିତା ସାହୁ, ଡ଼ି.କରୁଣାକର,ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,ସମ୍ପାଦିକା ପ୍ରେମଶିଳା ନନ୍ଦ,ସଶ୍ମିତା ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବରିଷ୍ଠ ନେତା ବିଷ୍ଣୁ ସୁବୁଦ୍ଧି,ଜି.ରାଜେନ୍ଦ୍ର ପ୍ରସାଦ,ପ୍ରଦୀପ ମିଶ୍ର,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଧର୍ମରାଜ ପାଣିଗ୍ରାହୀ, ସୋସିଆଲ୍ ମିଡ଼ିଆ ପ୍ରଭାରୀ ଜଗଦୀଶ ପ୍ରଧାନ,ସୁମନ ଶତପଥି,ସରୋଜ ଦାସ,ପ୍ରଣୟ ମହାପାତ୍ର,କମଲ୍ ପାତ୍ର,ବାଙ୍କାନିଧି ସେଠୀ,ପ୍ରଫୁଲ୍ଲ ସାହୁ,ଶ୍ରୀରାମ ଦୀନଦୟାଲ,ରବି ନାରାୟଣ ସାବତ,ଏସ୍.ଶ୍ରୀନିବାସ, ନିବେଦିତା ପାଢ଼ୀ,ସବିତା ନାୟକ,ଦେବୁନ ପଟନାୟକ,କିରଣ ରାଓ,ଗୌତମ ମହାରଣା,ପି.ରାଜେନ୍ଦ୍ର କୁମାର,ରବି ରାଓ,ଅରୁଣ ପାଣିଗ୍ରାହୀ,ମାଲି ସାହୁ,ଉପେନ୍ଦ୍ର ସେଠୀ ପ୍ରମୁଖଙ୍କ ସମେତ ଦଳର ବହୁ ସଦସ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here