ଭୁବନେଶ୍ବର, ୧୬/୦୮/୨୦୨୩ : ଗଜପତି ଜିଲ୍ଲାରୁ ପ୍ରକାଶ ପାଉଥିବା ପାକ୍ଷିକ ସମ୍ବାଦପତ୍ର ଉପାନ୍ତ ଖବର ଭୁବନେଶ୍ବର ସ୍ଥିତ ବୁଲନ ସେବା ସଦନ ଠାରେ ମହା ଆଡମ୍ବର ସହ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଗଜପତି ଜିଲ୍ଲା ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତ୍ରିକାକୁ ଉନ୍ମୋଚନ କରିଥିଲେ । ଉତ୍ସବରେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ରର ରାଜ୍ୟ ସଭାପତି ରବି ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହା ସହ ଓଡ଼ିଶା ମୋ ପରିବାର ତଥା ଓଡ଼ିଆ ସମାଜ ରାଜ୍ୟ ଉପଦେଷ୍ଟା ଡ. ସୁରେନ୍ଦ୍ର ନାଥ ମହାପାତ୍ର, ପୁରୀ ନିମାପଡ଼ାର ବରିଷ୍ଟ ସମାଜସେବୀ ଜ୍ୟୋତ୍ସ୍ନା ରାଣୀ ନାୟକ, ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସକ ବିନୋଦ କୁମାର ତ୍ରିପାଠୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓକିଲ ଜୀବନଜ୍ୟୋତି ଗଡନାୟକ, ଦୈନିକ ଖବର କାଗଜ ଅନେକ ସୂଚନାର ସମ୍ପାଦକ ନିତ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି । ପେଶାଦାର ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ପରମେଶ୍ବର ଦାସ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ଉପାନ୍ତ ଓଡ଼ିଶା ୱେବ ଚ୍ୟାନେଲ ପରିଚାଳକ ଅଜିତ କୁମାର ଦାସ, ପୁରୀ ଜିଲ୍ଲା ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ଅସ୍ତରଙ୍ଗ ପ୍ରତିନିଧି ଦୁଃଶାସନ ନାୟକ, ନବରଙ୍ଗପୁର ପ୍ରତିନିଧି ଏମ. ଦିନେଶୁ ଆଚରି, ସାକ୍ଷୀଗୋପାଳ ପ୍ରତିନିଧି କାହୁଁ ପାତ୍ର, ଗୁଣପୁର ପ୍ରତିନିଧି ସୁରେନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମ୍ପାଦକ ଗଣେଶ ଚନ୍ଦ୍ର ବିଷୋୟୀ ପତ୍ରିକା ଉନ୍ମୋଚନ ଉତ୍ସବରେ ବହୁ ଦୂର ଦୁରାନ୍ତରୁ ଯୋଗଦେଇଥିବା ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସାଂପ୍ରତିକ ସମୟରେ ରାଜ୍ୟରେ ବହୁ ବଡ ବଡ ପତ୍ରିକା ଦୁର୍ଗମ ଅଞ୍ଚଳର ଖବରକୁ ନିଜ ପତ୍ରିକାରେ ସ୍ଥାନ ଦେଉନଥିବାରୁ ଛୋଟ ଛୋଟ ପତ୍ରିକାର ଗୁରୁତ୍ଵ ରହିଛି ବୋଲି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ସମ୍ପାଦକ ରବି ରଥ ନିଜ ଅଭିବ୍ୟକ୍ତି ରଖିଥିଲେ । ମୁଖ୍ୟ ଅତିଥି ବିଧାୟକ ଦାଶରଥି ଗମାଙ୍ଗ ନିଜ ଅଞ୍ଚଳର ଜଣେ ସାମ୍ବାଦିକ ନିଜେ ଖବର କାଗଜ ବାହାର କରି ଓଡ଼ିଶାର କୋଣ ଅନୁକୋଣରେ ଘଟୁଥିବା ଘଟଣାକୁ ଜନସାଧାରଣ ଏବଂ ସରକାରଙ୍କ ଦୃଷ୍ଟିକୁ ଆଣି ଗରିବ ଲୋକଙ୍କ ସ୍ଵର ଭାବେ କାର୍ଯ୍ୟ କରିବ ବୋଲି ଆଶା ପ୍ରକଟ କରିଥିବା ବେଳେ ପତ୍ରିକାର ଉନ୍ନତି କାମନା କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଅତିଥି ଉପସ୍ଥିତ ରହି ପତ୍ରିକାର ଉନ୍ନତ କଳେବର ଆଶା କରିଥିଲେ।





