ଭଞ୍ଜନଗର,୧୬/୦୮/୨୦୨୩:
ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ୭୭ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସଂବୃଦ୍ଧି ଓ ସ୍ୱାଭିମାନର ଜାତୀୟପତାକା ଉତ୍ତୋଳନ କରିଥିଲେ l ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶପ୍ରେମୀ ନିଜ ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ, ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଗଣତନ୍ତ୍ରର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ ରହିଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଗରୀମାରେ ଗରୀୟାନ ତଥା ଓଡ଼ିଶାର ଏକ ପ୍ରମୁଖ ଭୂଖଣ୍ଡ ଭାବେ ଭଞ୍ଜନଗର ଯାହାକି ଘୁମୁସର ମାଟି ଓଡ଼ିଶା ମାନଚିତ୍ରରେ ସ୍ଵତନ୍ତ୍ର ପରିଚୟ ଲାଭ କରିଛି। ଉପଖଣ୍ଡ ପ୍ରଶାସନ ତଥା ରାଜସ୍ବ ପ୍ରଶାସନ ସବୁବେଳେ ଆପଣମାନଙ୍କ ସହିତ ରହିଛି। ଆମର ଭଞ୍ଜନଗର ଉପଖଣ୍ଡରେ କୃଷି ଓ କୃଷକର ବିକାଶ, ଭିତ୍ତି ଭୂମି ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ତାଙ୍କ ଭାଷଣ ରେ କହିଥିଲେ। ଏହାପରେ ବିଭିନ୍ନ ପତିଯୋଗିତରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଂମାନିତ ଅତିଥିଭାବେ ଏହି ଉତ୍ସବରେ ଅତିରିକ୍ତ ଅରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ କୁମାର ବଡଜେନା ଏସ.ଡ଼ି.ପି.ଓ. ଶ୍ରୀଯୁକ୍ତ ବିଶ୍ଵାମିତ୍ର ହରପାଲ ,ମେଡିକାଲ ଆଧିକ୍ଷକ ଡ଼ଃ ସୀତାଂଶୁ ଶେଖର ଶତପଥୀ,ଭଞ୍ଜନଗର ତହସିଲଦାର ଶ୍ରୀ ଅଚ୍ୟୁତାନନ୍ଦ ଯାନୀ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ରାୟ, ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁମାର ଗୌରବ କର,ଥାନା ଅଧିକାରୀ ଶ୍ରୀ ଧୀରେଶ ଦାଶ,ଯୋଗ ଦେଇଥିଲେ ଏବଂ ସମସ୍ତ ସନମାନୀୟ ସାମ୍ବାଦିକ ଗଣ,ଏମ, ପି ପ୍ରତିନିଧି ଶ୍ରୀ ପଞ୍ଚାନନ ପାଳ,ସମାଜସେବୀ ଶ୍ରୀ ଶୁଳପାଣି ଶତପଥିଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ପ୍ରାତଃ 5ଘଣ୍ଟା ସମୟରେ ସୂଚନା ଲୋକ ସମ୍ପର୍କ ବବିଭାଗ ତରଫରୁ ସହରରେ ରାମଧୁନ ବଜା ଯାଇଥିଲା,ସ୍ଥାନୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ ସହ, ଚିଦାନନ୍ଦ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା l ତନରଡା ବୃଦ୍ଧାଶ୍ରାମ ରେ ମୁଖ୍ୟ ଅତିଥିଙ୍କ ଦ୍ୱରା ବୃଦ୍ଧ ଵୃଦ୍ଧା ମାନଙ୍କୁ ବସ୍ତ୍ର ପ୍ରଦାନ କରାଯଇଥିଲା,ଏଂବ ପରିଶେଷରେ ଆଇନା ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ,ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସଂଯୋଜନା ଓ ପରିଚାଳନା କରିଥିଲେ l ଉକ୍ତ ଉତ୍ସବରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀଙ୍କୁ ବିଭାଗୀୟ ବରିଷ୍ଠ କର୍ମଚାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଏବଂ ତାରିଣୀ ସାହୁ ସହଯୋଗ କରିଥିଲେ l ଶେଷରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ l






