ସାମ୍ୱାଦିକ ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ବିଶ୍ଵ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ଏକ ଦିବସୀୟ ଫଟୋଗ୍ରାଫି କର୍ମଶାଳା ଆୟୋଜିତ

0
220

ବ୍ରହ୍ମପୁର,୧୯/୦୮/୨୦୨୩:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମ୍ବାଦିକ ଗଣ ଯୋଗା ଯୋଗ ବିଭାଗ ତରଫରୁ ବିଶ୍ଵ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ଏକଦିବସୀୟ ଫୋଟୋଗ୍ରାଫି କର୍ମଶାଳା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇ ଅଛି । ଏହି ଏକ ଦିବସୀୟ ଫଟୋଗ୍ରାଫି କର୍ମଶାଳା ରେ ସେଲି ବ୍ରିଟୀ ଫୋଟୋଗ୍ରାଫର୍ ଶ୍ରୀ ରବି ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ ସମୟରେ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ର ସେମିନାର କକ୍ଷ ରେ ଆୟୋଜନ କରା ଯାଇଥିଲା l ପ୍ରଥମେ ବିଭାଗୀୟ ମୁଖ୍ୟ ପ୍ରଫେସର୍ ଗଣେଶ ସେଠି ଅତିଥିଙ୍କୁ ଛାତ୍ର ଛାତ୍ରୀ ଙ୍କ ସମ୍ମୁଖରେ ପରିଚିତ କରାଇଥିଲେ । ଓ ନିଜ ଅଭିଭାଷଣ ରେ ବିଶ୍ଵ ଫୋଟୋଗ୍ରାଫି ଦିବସ ରେ କ୍ୟାମେରା ବିଷୟରେ ସଂକ୍ଷିପ୍ତ ରେ ଛାତ୍ର ଛାତ୍ରୀ ଙ୍କୁ କହିଥିଲେ, ବର୍ତ୍ତମାନ ସମୟ ରେ ସାମ୍ବାଦିକତା କ୍ଷେତ୍ରରେ କ୍ୟାମେରା ର ଉପଯୋଗୀତା ବିଷୟ ରେ ଆଲୋଚନା କରିଥିଲେ, ।
ଫୋଟୋଗ୍ରାଫର ଏକ୍ସପର୍ଟ ଶ୍ରୀ ରବି ରେଡ୍ଡୀ କ୍ୟାମେରା ବିଷୟରେ ବିସ୍ତୃତ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । କ୍ୟାମେରା ର ଅଂଶ ବିଶେଷ ଯଥା ସଟର୍ ସ୍ପିଡ୍‌, ଆପେରେଚର, ଏବଂ ଆଇ. ଏସ୍.ଓ ର ବ୍ୟବହାର ବିଷୟରେ ବର୍ଣ୍ଣନା କରିଥିଲେ । ପରେ ପ୍ରାକ୍ଟିକାଲ କକ୍ଷରେ କ୍ୟାମେରା କୁ ବ୍ୟବହାର କରି ଛାତ୍ର ଛାତ୍ରୀ ଙ୍କୁ ଦେଖାଇଥିଲେ , ଏବଂ ଛାତ୍ର ଛାତ୍ରୀ ଙ୍କ ର ପ୍ରଶ୍ନ ର ବାସ୍ତବିକ ଉତ୍ତର ଦେଇ କ୍ୟାମେରା ର ବ୍ୟବହାରିତା ଉପରେ ଥିବା ଦ୍ଵନ୍ଦ କୁ ଦୂର କରିଥିଲେ । ଶେଷରେ ବିଶ୍ଵ ଫୋଟୋଗ୍ରାଫି ଦିବସ କୁ ଆଖିରେ ରଖି ପୂର୍ବ ଦିନ ଆରମ୍ଭ ହୋଇଥିବା ସ୍ମାର୍ଟଫୋନ୍ ଫଟୋଗ୍ରାଫି ପ୍ରତିଯୋଗିତା ର ଫଳ ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତା ରେ ଫାର୍ମାସୀ ବିଭାଗର ଛାତ୍ର ଶ୍ରୀତମ ସେଠି ପ୍ରଥମ ସ୍ଥାନ, ଓ ପରିବେଶ ବିଜ୍ଞାନ ବିଭାଗ ର ଛାତ୍ର ବିଶ୍ୱଜିତ ସାମନ୍ତରାୟ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ସାମ୍ବାଦିକ ଗଣ ଯୋଗା ଯୋଗ ବିଭାଗ ର ଛାତ୍ର ଜ୍ୟୋତିରଞ୍ଜନ ବେହେରା ତୃତୀୟ ସ୍ଥାନ ରେ ରହି ପ୍ରତିଯୋଗୀତା ର ବିଜୟୀ ହୋଇଛନ୍ତି । ଏହି ଏକ ଦିବସୀୟ ଫଟୋଗ୍ରାଫି କର୍ମଶାଳା କାର୍ଯ୍ୟକ୍ରମ କୁ ସହକାରି ପ୍ରାଧ୍ୟାପକ ଶ୍ରୀ ଅଗ୍ନି କୁମାର ବେହେରା ଏବଂ ଶ୍ରୀ ସୌରଭ ପ୍ରକାଶ ଶିଟ୍ ଆୟୋଜନ କରିଥିଲେ । ଏହି କର୍ମଶାଳା ରେ ବିଭାଗର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କ ସମେତ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here