ବନ୍ଦ ହେବ କି ଆସିକା ସଂସ୍କୃତ ବିଦ୍ୟାଳୟ

0
282

ଆସିକା,୧୯/୦୮/୨୦୨୩:
ପୃଥିବୀ ର ପ୍ରାଚ୍ୟ ଶିକ୍ଷା ର ପ୍ରଚାର ସଂସ୍କୃତ ଶିକ୍ଷା ର ପ୍ରସାର ସାଙ୍ଗକୁ ବେଦ, ଉପନିଷଦ, ଶ୍ଳୋକ, କର୍ମକାଣ୍ଡ, ଦେବନାଗରୀ ଭାଷା ଅଧ୍ଯୟନ ପାଇଁ ବ୍ରିଟିଶ ସରକାର ୧୮୮୫ ମସିହାରୁ ଆସିକା ସହରର ମଧ୍ୟ ଭାଗରେ ଗଢି ଉଠିଥିଲା l ଦିନ ଥିଲା ଏହି ଅନୁଷ୍ଠାନରେ ଦକ୍ଷିଣ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ଶହ ଶହ ବିଦ୍ୟାର୍ଥୀ ଅଧୟନ କରୁଥିଲେ l ଏହି ବିଦ୍ୟାଳୟର ବହୁ ପୁରାତନ ବିଦାର୍ଥୀ ସଂସ୍କୃତ ଭାଷା ରେ ପାଣ୍ଡିତ୍ୟ ଲାଭ କରି ଓଡିଶା ଏବଂ ଓଡ଼ିଶା ବାହାରେ ପ୍ରଶଂସିତ ହୋଇଛନ୍ତି । ବିଗତ ଦିନରେ ଏହି ସଂସ୍କୃତ ବିଦ୍ୟାଳୟ ର ପ୍ରଧାନ ପଣ୍ଡିତ ରାଷ୍ଟ୍ରପତି ପୁରସ୍କାର ମିଳିଛି ।ବର୍ତ୍ତମାନ ଶିକ୍ଷା ବିଭାଗ ର ଦୁରଦୃଷ୍ଟି ଅଭାବ ହେତୁ ଏଠାରେ ବିଷୟ ଭିତିକ ଶିକ୍ଷକ, ଶିକ୍ଷାର ଭିତ୍ତି ଭୂମି ନଥିବା କାରଣରୁ ଅନେକ ଛାତ୍ର,ଛାତ୍ରୀ ବିଦ୍ୟାଳୟ ପ୍ରତି ଆଗ୍ରହ ହେଉନାହାନ୍ତି l ଚଳିତ ଶିକ୍ଷା ବର୍ଷ ରେ କେବଳ ଜଣେ ଶିକ୍ଷକ ଓ ୬ ଜଣ ଛାତ୍ର ରେ ଚାଲିଛି ଏହି ବିଦ୍ୟାଳୟ l ଆସନ୍ତା ଶିକ୍ଷା ବର୍ଷରେ ସଂସ୍କୃତ ବିଦ୍ୟାଳୟ ଚାଲିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

LEAVE A REPLY

Please enter your comment!
Please enter your name here