ବ୍ରହ୍ମପୁର,୧୯/୦୮/୨୦୨୩ : ସ୍ଥାନୀୟ ଗୋଷଣିନୁଆଁଗାଁ ପୁରୁଣା ଥାନା ସମ୍ମୁଖରେ ଥିବା କାର ଗ୍ୟାରେଜ ରୁ ୬ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ସୂଚନା ମୁତାବକ ଗୋଷଣିନୁଆଁଗାଁ ପୁରୁଣା ଥାନା ସମ୍ମୁଖରେ ଥିବା ବାବୁଲା କାର ଗ୍ୟାରେଜ ର ଷ୍ଟୋର ରୁମ ନିକଟରେ ଏକ ବିରଟକାୟ ସାପକୁ କର୍ମଚାରୀ ମାନେ ଦେଖିଥିଲେ। ଏହାପରେ ସେମାନେ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଵାଧୀନ କୁମାର ସାହୁ ଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ଵାଧୀନ ଉକ୍ତ ସ୍ଥାନରେ ପହଞ୍ଚିବା ସହିତ କୌଶଳକ୍ରମେ ବିରାଟକାୟ ସାପଟିକୁ ଉଦ୍ଧାର କରିଥିଲେ। ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୬ ଫୁଟ ରହିଛି। ସେହିପରି ବନ ବିଭାଗର ପରାମର୍ଶକ୍ରମେ ସ୍ବାସ୍ଥ୍ୟ ପରୀକ୍ଷା ପରେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଵାଧୀନ କୁମାର ସାହୁ କହିଛନ୍ତି।





