ଧରା ପଡିଲେ ନକଲି ବାବା

0
115

ଭଞ୍ଜନଗର, ୨୯/୦୯/୨୦୨୩ : ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ନିକଟରେ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଜନୈକ ନକଲି ବାବାଙ୍କୁ କାବୁ କରାଯାଇଥିବା ସୂଚନା ରହିଛି । ନିଜକୁ ସାଧୁ କହି ଅସାଧୁ କାର୍ଯ୍ୟରେ ଲିପ୍ତ ଥିବା ଏହି ବାବା ଜ୍ଞ୍ୟାନନନ୍ଦ ସରସ୍ବତୀ ଓରଫ ପିଙ୍କା ଭୂୟାଁଙ୍କୁ ଗତ ବିଳମ୍ବିତ ରାତିରେ ଭଞ୍ଜନଗର ପୋଲିସ ଗିରଫ କରିଛି । ଡିଜିଟାଲ ବାବା ଭାବେ ଖ୍ୟାତ ଏହି ବାବାଙ୍କ ପାଖରେ ଥିବା ସ୍ମାର୍ଟ ମୋବାଇଲ ଓ ଲାପଟପ ବ୍ୟବହାରରେ ଲୋକଙ୍କ ବିଭିନ୍ନ କଥାଭାଷା ଫୋଟୋ ଭିଡ଼ିଓ ସଂଗ୍ରହ କରି ବ୍ଲାକମେଲ କରିବା ଓ ସାମାଜିକ ଗଣ ମାଧ୍ୟମରେ ବଡ଼ବଡ଼ ଲୋକଙ୍କୁ ଟାର୍ଗେଟ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି କରଚୁଲି ଆଶ୍ରମର ସ୍ୱାମୀ ସତ୍ୟାନନ୍ଦ ଗିରି । ତାଙ୍କୁ ମାରିବା ପାଇଁ ମଧ୍ୟ ଯୋଜନା କରୁଥିବା ସେ ପ୍ରକାଶ କରିବା ସହ ଭଞ୍ଜନଗର ଥାନାର ଦ୍ୱାରସ୍ତ ହୋଇଛନ୍ତି । ଗତକାଲି ରାତିରେ ଗଞ୍ଜାମ କନ୍ଧମାଳ ସୀମା ଦୁର୍ଗାପ୍ରସାଦ ନିକଟରେ କିଛି ଯୁବକ ଏହି ବାବାଙ୍କୁ ଅଟକ ରଖିଵା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ନକଲି ବାବାଙ୍କୁ ଗିରଫ କରି ଥାନାକୁ ଆଣି ପଚରା ଉଚରା କରିବା ପରେ ଥାନା କେଶ ନଂ ୮୯୦/୨୪ ପ୍ରକାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ କହିଛନ୍ତି । ଏକ ଚକିତ ଘଟଣା ପ୍ରକାରେ ବାବା ହାତରେ ଧରିଥିବା ଏକ ବାଡ଼ିକୁ ସେ ଛାଡ଼ୁନଥିବା ବେଳେ ଏହାକୁ ନେଇ ଅନେକ କଥା କୁହାଯାଇଛି । ବିଭିନ୍ନ ସ୍ଥାନରେ ରହି ଲୋକଙ୍କ କିଛି ସୁରାକ ଗ୍ରହଣ କରି ବ୍ଲାକମେଲ କରୁଥିବା ଭଳି କାର୍ଯ୍ୟ କରୁଥିବା ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here