କଙ୍କୋରଡ଼ାରେ ଭୁ ବନ୍ଦୋବସ୍ତ ଜନିତ ଗ୍ରାମ ସମନ୍ବୟ ସଭା

0
109

ବ୍ରହ୍ମପୁର , ୨୯/୦୯/୨୦୨୩ : ବ୍ରହ୍ମପୁର ଉପଖଣ୍ଡ ସାନଖେମୁଣ୍ଡି ତହସିଲର କଙ୍କୋରଡ଼ା ପାଟପୁର ତିତିଖଣ୍ଡି ଆମ୍ବଗାଁ ମାଟିଆବୋରେଇ ଆଦି ୫ ଖଣ୍ଡ ଗ୍ରାମବାସୀ ଦୀର୍ଘ ପଞ୍ଚସ୍ତରୀ ବର୍ଷରୁ ଅଧିକ ସମୟ ଧରି ଜମିଜମା ରେକର୍ଡ ସମ୍ବଦ୍ଧିୟ ସମସ୍ୟା ଭୋଗି ଆସୁଥିଲେ । ଏହି ୫ ଗୋଟି ରାଜସ୍ବ ଗ୍ରାମରେ ରାଜସ୍ବ ବିଭାଗ ପକ୍ଷରୁ ଦୀର୍ଘ କାଳ ଧରି ଭୁ- ବନ୍ଦୋବସ୍ତ ହୋଇନଥିବା କାରଣରୁ ଜମିଜମା ଓ ଘରୱାରି ପଟା ପାଇଁ ଦୀର୍ଘ ଗୋଟିଏ ଯୁଗ ଧରି ରହିଥିବା ସମସ୍ୟାଏବେ ସମାଧାନ ହେବାକୁ ଯାଉଛି । ଜମିଜମା ଘରଵାରି ପଟା ପାଉତି ପାଇଁ ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଙ୍କୋରଡ଼ା ଠାରେ ପ୍ରଶାସନ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମବାସୀଙ୍କୁ ନେଇ ସ୍ୱତନ୍ତ୍ର ସର୍ଭେ ଓ ସେଟେଲମେଣ୍ଟ ଗ୍ରାମ ସମନ୍ବୟ ସଭା ଅନୁଷ୍ଠିତ ହୋଇଯାଇଛି । ନୂତନ ବୈଷୟିକ ଜ୍ଞାନ କୌଶଳ ଓ ହାଇଟେକ୍ ସର୍ଭେ ପଦ୍ଧତିରେ ୫ ଗୋଟି ଗ୍ରାମର ସେଟେଲମେଣ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅତ୍ୟାଧୁନିକ ଡିଜିପିଏମ୍ ଜ୍ଞାନ କୌଶଳରେ ପ୍ରଥମେ ରାଜସ୍ବ ଗ୍ରାମର ପରିସୀମା ଚିହ୍ନଟ ମାନଚିତ୍ର ପ୍ରସ୍ତୁତି କରାଯିବ ଓ ଜମିଜମା ଘରୱାରୀ ପଟା ଦିଆଯିବ ବୋଲି ପ୍ରଶାସନ ପ୍ରକାଶ କରିବା ସହ ଗ୍ରାମବାସୀ ମାନେ ଏହି ଭୁ – ବନ୍ଦୋବସ୍ତ ସର୍ଭେ ପାଇଁ ସହଯୋଗ କରିବାକୁ ନିବେଦନ କରାଯାଇଛି। ତହସିଲଦାର ଡ ଶ୍ରୀନିବାସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଦୋବସ୍ତ ସମନ୍ବୟ ସଭାରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଳକର୍ଣୀ , ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ , ଅତିରିକ୍ତ ଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ା , ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ଉପାଧ୍ୟକ୍ଷା ରିଙ୍କି ନାୟକ , ସରପଞ୍ଚ ମିନତୀ ସେଠି , ସର୍ଭେ ଦାୟିତ୍ବରେ ଥିବା ଜିଓ କନସଲଟାନ୍ସି ମୁଖ୍ୟ ଅଶୋକକୁମାର ଦାଶ ପ୍ରମୁଖ ଯୋଗଦେଇ ଅକ୍ଟୋବର ପହିଲାରୁ ବନ୍ଦବୋସ୍ତ ସର୍ଭେ କାର୍ଯ୍ୟ ଆରମ୍ଭ ହେବ ଏଵଂ ନୂତନ ଜ୍ଞାନ କୌଶଳ ଦ୍ବାରା କମ୍ ଦିନରେ ଏହି କାର୍ଯ୍ୟ ସରିବ ବୋଲି କହିଥିଲେ । ୫ ଖଣ୍ଡ ଗ୍ରାମବାସୀ ସର୍ଭେ କାର୍ଯ୍ୟରେ ପୂର୍ଣ୍ଣ ମାତ୍ରାରେ ସହଯୋଗ ଓ ସମନ୍ବୟ ରକ୍ଷା କରିବାକୁ ସେ ଗୁରୁତ୍ବ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here