ଖଲିଙ୍ଗି ଉ ପ୍ରା ବିଦ୍ୟାଳୟର ନୂତନ ପ୍ରକୋଷ୍ଠ ଉଦଘାଟିତ

0
104

ସାନଖେମୁଣ୍ଡି , ୧୦/୧୦/୨୦୨୩ :ଅଞ୍ଚଳର ଏକ ପ୍ରମୁଖ ପୁରାତନ ଏବଂ ଆଦର୍ଶ ପ୍ରାଥମିକ ଶିକ୍ଷାନୁଷ୍ଠାନ ଖଲିଙ୍ଗି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିର୍ମିତ ନୂତନ ଶ୍ରେଣୀଗୃହ ଆଜି ଉଦଘାଟିତ ହୋଇଯାଅଛି । ସ୍କୁଲ ଭାରପ୍ରପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ମାହୋଦୟଙ୍କ ଦ୍ଵାରା ନୂତନ ପ୍ରକୋଷ୍ଠ ଉଦଘାଟିତ ହୋଇଅଛି । ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାଟପୁର କଲେଜର ରସାୟନ ବିଭାଗ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶୁକଦେବ ମଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ କୁମାର ବେହେରା , କନିଷ୍ଠ ଯନ୍ତ୍ରୀ , ସଞ୍ଜୟ କୁମାର ଖଟେଇ ଏବଂ ବିଭାଗୀୟ ବୈଷୟିକ ସଂଯୋଜକ ସନତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଖଲିଙ୍ଗି ସରପଂଚ ଅର୍ଣବ ନାହାକ , ସମିତି ସଭ୍ୟା ବବିତା କୁମାରୀ ରାଉତ ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ପୂର୍ଣ୍ଣ ସେଠି ପ୍ରମୁଖ ଉଦ୍ୟୋକ୍ଟା ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆୟୋଜିତ ଏହି ଉଦଘାଟନୀ ସଭାରେ ଉପସ୍ଥିତ ଅତିଥି ବୃନ୍ଦ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିଭାଗୀୟ ସହଯୋଗିତା ସହ ସରକାରଙ୍କ ଶିକ୍ଷା ନୀତିରେ ଭିତ୍ତିଭୂମିର ରୂପରେଖ ନେଇ ଅଭିଭାଷଣ ରଖିଥିଲେ । ବିଦ୍ୟାଳୟରେ ପଢ଼ୁଥିବା ଏବଂ ଶ୍ରେଣୀରେ ଉପସ୍ଥିତ ରହୁଥିବା ଶିକ୍ଷାର୍ଥୀଙ୍କ ଅନୁପାତ ହାରରେ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ଶ୍ରେଣୀଗୃହର ଅଭାବ ଦୃଷ୍ଟିରୁ ସ୍ବତନ୍ତ୍ର ଅନୁଦାନରେ ନିର୍ମିତ ଏହି ପ୍ରକୋଷ୍ଠ ଛାତ୍ରଛାତ୍ରୀଙ୍କ ଉପଯୋଗୀ ହେବା ନେଇ ସେମାନେ ଆଶା ବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ , ଅଭିଭାବକ ସମୂହଙ୍କ ସହିତ ଗ୍ରାମବାସୀ ସମୂହ କାର୍ଯ୍ୟକ୍ରମର ଉପସ୍ଥିତି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here