ନିର୍ବାଚନ ଉପଲକ୍ଷେ ବୁଗୁଡା ପୋଲିସ୍ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ

0
14

ବୁଗୁଡା ୮/୫/୨୪. ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଦ୍ଵିତୀୟ ପର୍ଯ୍ୟାୟରେ ମଇ ୨୦ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବିଧାନସଭା ମଣ୍ଡଳୀ ସମେତ ୭ ଗୋଟି ବିଧାନସଭା ମଣ୍ଡଳୀରେ ମଧ୍ୟ ସେହି ଦିନ ନିର୍ବାଚନ ଅନୁଷ୍ଠିତ ହେବ। ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ତିନି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ମିଶାଇ ମୋଟ ୭ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ପୋଲିସ୍ ଥାନା ସବ-ଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ନେତୃତ୍ବରେ ବୁଗୁଡା ସହରରେ ବୁଗୁଡା ପୋଲିସ ପକ୍ଷରୁ ଫ୍ଲାଗ ମଇ ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଜନ ସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁ ନିବେଦନ କରାଯାଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବୁଗୁଡା ପୋଲିସ ସଜାଗ ଥିବାବେଳେ ଯେକୌଣସି ପ୍ରକାର ଅସାମ୍ବିଧାନୀ ଓ ଅପ୍ରିତିକର କାର୍ଯ୍ୟକଳାପର ଦୃଢ଼ ମୁକାବିଲା କାରାଯିବା ବୋଲି ଫ୍ଲାଗ ମାର୍ଚ୍ଚ ମାଧ୍ୟମରେ ସତର୍କ କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚରେ ବୁଗୁଡା ପୋଲିସ ଥାନାର ଅନ୍ୟତମ ସବ-ଇନ୍ସପେକ୍ଟର ବବିତା କୁମାରୀ ପ୍ରଧାନ, ସହକାରୀ ସବ-ଇନ୍ସପେକ୍ଟର ସୁମନ୍ତ ବେହେରାଙ୍କ ସନେଟ ବୁଗୁଡା ପୋଲିସ ଫୋର୍ସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here