ଦିଗପହଣ୍ଡି ,୨୫/୧୦/୨୦୨୩ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନଗର ସୌଜନ୍ୟରୁ ଆଜି ମା ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ ଦର୍ଶନାର୍ଥିଙ୍କ ଉଦ୍ଧେଶ୍ୟରେ ସାମୁହିକ ସେବା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଯାତ୍ରାକୁ ଆସୁଥିବା ମାଆଙ୍କ ଅନୁଗତ ଭକ୍ତ ମଣ୍ଡଳୀଙ୍କ ସହିତ ଦର୍ଶନାର୍ଥିଙ୍କୁ ପାନୀୟ ଜଳ ବଣ୍ଟନ ସହ ସ୍ବଚ୍ଛତା ଆଦି କାର୍ଯ୍ୟ କରାଯାଇଛି । ଏବିଭିପିର ଷ୍ଟୁଡେଣ୍ଟ୍ ଫର୍ ସେବା ମାଧ୍ୟମରେ ଏହା ଆୟୋଜନ କରାଯାଇଥିଲା । ସମସ୍ତ ଜନସାଧାରଣ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା ଭୁରିଥିଲେ । ସମସ୍ତ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତାମାନେ ବିଭାଜିତ ଗୋଷ୍ଠି ଭିତ୍ତିରେ ପାନୀୟ ଜଳ ବଣ୍ଟନ ଏବଂ ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ ରହି ସମାଜକୁ ସେବା ପ୍ରଦାନର ପ୍ରତ୍କୃଷ୍ଟ ଉଦାହରଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସହ ସଂଯୋଜକ ଆୟୁଷ କୁମାର ରଥ, ନଗର ଛାତ୍ରୀ ପ୍ରମୁଖ ଜସ୍ମିନ୍ ସେଠୀ, ନଗର ସୋସିଆଲ ମିଡ଼ିଆ ସଂଯୋଜକ ନୀଳମାଧବ ପାଣିଗ୍ରାହୀ, ଘୁମୁସର ଏସଏଫେଏସ ପ୍ରମୁଖ ଶାନ୍ତନୁ ସେଠୀ, ପୁରୁଷୋତ୍ତମ, ଅଜୟ , ସ୍ୱାଧୀନ, ପ୍ରତାପ, ମନୋଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।





