ସାନଖେମୁଣ୍ଡି ବ୍ଲକର ନୂତନ ବିଡ଼ିଓ ଭାବେ ଜିତେନ୍ଦ୍ର ମିଶ୍ରଙ୍କ ଦାୟିତ୍ଵ ଗ୍ରହଣ

0
254

ବ୍ରହ୍ମପୁର , ୨୫/୧୦/୨୦୨୩ : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶାସନିକ ଅଧିକାରୀଙ୍କ ବଦଳି ଆଦେଶ ପ୍ରକାରେ ଆଜି ସାନଖେମୁଣ୍ଡି ବ୍ଳକର ନୂତନ ବିଡ଼ିଓ ଭାବେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଜୀତେନ୍ଦ୍ର କୁମାର ମିଶ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏଠାରେ କାର୍ଯ୍ୟରତ ବରିଷ୍ଟ ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କୁ ଆସିକା ସମବାୟ ଚିନି ଶିଳ୍ପ ଲିଃ ର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ସେ ଆଜି ନୂତନ ବିଡ଼ିଓଙ୍କୁ ଦାୟୀତ୍ବ ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକରୁ ବଦଳି ହୋଇ ଆସିଥିବା ବିଡ଼ିଓ ଶ୍ରୀ ମିଶ୍ର ଆଜି ସାନଖେମୁଣ୍ଡି ବ୍ଳକ କାର୍ଯ୍ୟାଳୟରେ ଯୋଗଦାନ କରିବା ଅବସରରେ ବ୍ଲକରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ପଞ୍ଚାୟତ ଜନପ୍ରତିନିଧି ସମୂହ ନୂତନ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ ।
ଦାୟିତ୍ଵ ଗ୍ରହଣ ଅବସରରେ ବିଡ଼ିଓ ଶ୍ରୀ ମିଶ୍ର ସାନଖେମୁଣ୍ଡି ବ୍ଳକର ପଞ୍ଚାୟତ ସ୍ତରରେ ରହିଥିବା ମୌଳିକ ସମସ୍ୟା ସମାଧାନ ଦିଗରେ ଗୁରୁତ୍ବ ଦେବା ସଙ୍ଗେସଙ୍ଗେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚିବା ଏବଂ ଯୋଜନା କାର୍ଯ୍ୟକାରୀତାରେ ପ୍ରକୃତ ହିତାଧିକାରୀ ଚୟନକୁ ନେଇ ଗୁରୁତ୍ୱାରୋପ କରିଛନ୍ତି । ଏହା ସହ ବିଗତ ଚାରି ବର୍ଷ ଧରି ସାନଖେମୁଣ୍ଡିରେ ଚାଲୁ ରହିଥିବା ବିକାଶର ଧାରାକୁ ସୁଦୃଢ ରଖିବାରେ ପୂର୍ବତନ ବିଡ଼ିଓ ଶ୍ରୀ ଦତ୍ତ ନାୟକଙ୍କ ଅନୁପ୍ରେରଣା ସହାୟକ ହେବା ନେଇ ନିଜ ପ୍ରତିକ୍ରିୟା ରଖିଥିଲେ ।

LEAVE A REPLY

Please enter your comment!
Please enter your name here