ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ଜାତୀୟ ଏକତା ଦିବସ ପାଳିତ

0
46

ବ୍ରହ୍ମପୁର, ୦୧/୧୧/୨୦୨୩: ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ କକ୍ଷ ଠାରେ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଏହି ଏକତା ଦିବସ ପାଳନ କରାଯାଇଥିଲା। ଏହି ଜାତୀୟ ଏକତା ଦିବସ ଅବସରରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ରେଜିଷ୍ଟର ସଚ୍ଚିଦାନନ୍ଦ ନାୟକ ଏବଂ ପିଜି କାଉନସିଲର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ତତ୍ତ୍ୱାବଧାନରେ ଜାତୀୟ ଏକତା ଦିବସ ପାଳନ କରାଯାଇଥିବାବେଳେ ରେଜିଷ୍ଟ୍ରାର ସଚ୍ଚିଦାନନ୍ଦ ନାୟକଙ୍କ ଦ୍ୱାରା ଏକତା ଦିବସ ପାଳନ କରାଯାଇଥିଲା। ଭାଷା, ଧର୍ମ, ସଂସ୍କୃତି ଏବଂ ସମାଜର ବିବିଧତା ମଧ୍ୟରେ ଭାରତର ପ୍ରତ୍ୟେକ ନାଗରିକରେ ଏକତା ରହିଥାଏ | ଏହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜାତୀୟ ସଂକଳ୍ପ ଦିବସ ପାଳନ କରାଯାଏ | ଦେଶର ଏହି ଏକତା, ଅଖଣ୍ଡତା ଏବଂ ନିରାପତ୍ତାକୁ ମଜବୁତ ତଥା ବଜାୟ ରଖିବା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଶପଥ ଗ୍ରହଣ କରିଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ନିର୍ଦ୍ଦେଶରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସଚ୍ଚିଦାନନ୍ଦ ନାୟକ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଜାତୀୟ ଏକତା ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |

LEAVE A REPLY

Please enter your comment!
Please enter your name here