ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
107

ଭଞ୍ଜନଗର,୦୧/୧୧/୨୦୨୩ :
ଜଗନ୍ନାଥପ୍ରସାଦ ବ୍ଲକ ରାଜନପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ବିଦ୍ୟାଳୟର ଶିକ୍ଷକ ସଞ୍ଜିତ କୁମାର ଶତପଥୀ ସଂଯୋଜନା କରିଥିବା ବେଳେ ରତ୍ନସାଗର ମଳିକ, ପ୍ରଦୀପ କୁମାର ସେଠୀ, ଶ୍ରୀମତୀ ସନ୍ଧ୍ୟାରାଣୀ ପ୍ରମୁଖ ସହଯୋଗ କରିଥିଲେ । ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ , ଉତ୍ତରୀୟ ଦେଇ ସମ୍ମାନିତ କରିବା ସହ ତାଙ୍କ କାର୍ଯ୍ୟକାରିତା, ସାଧୁତା , ସମାୟାନୁବର୍ତ୍ତିତା ଆଦି ଗୁଣର ଭୁୟସୀ ପ୍ରଶଂସା କରାଯାଇଥିଲା । ଜଗନ୍ନାଥପ୍ରସାଦ ଗୋଷ୍ଠି ଶିକ୍ଷାଅଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀଙ୍କ ଉଦ୍ୟମରେ ବ୍ଲକରେ ପ୍ରଥମଥର ପାଇଁ ଉଦାହରଣ ସ୍ୱରୂପ ସରକାରଙ୍କ ନୂତନ ନିୟମ ପ୍ରକାରେ ଅବସର ଗ୍ରହଣ ଦିନ ଶ୍ରୀ ମିଶ୍ରଙ୍କୁ ପୂର୍ଣ୍ଣ ପେନସନ , ଗ୍ର୍ୟାଚଟି ,କମ୍ୟୁଟେସନ ପ୍ରଦାନ କରାଯାଇଛି । ଶ୍ରୀ ମିଶ୍ର ମଧ୍ୟ ଏଭଳି ସମ୍ବର୍ଦ୍ଧନା ଓ ଅବସର ଦିନ ହିଁ ପେନସନ ବ୍ୟବସ୍ଥା ହୋଇଥିବାରୁ ଖୁସି ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here