ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି ୧୩ ଟିକିଆ ହାତୀ ପଲ

0
182

ବୁଗୁଡା ୨୫/୧୧/୨୩ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ତ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ମାଣିତରା ସେକସନର ରାଣୀଭୂମୀ,ଭୁକ୍ତାଭୂମୀ,ଧୋଡାପଲ୍ଲୀ, କୁମୁଣ୍ତା, ଛାମଣ୍ତା ପ୍ରଭୃତି ଗ୍ରାମରେ କିଛି ଦିନ ହେଲା ୧୩ ଟିକିଆ ହାତୀ ପଲଙ୍କ ଉପଦ୍ରବ ଲାଗି ରହିଛି। ୧୩ ଟି ହାତୀ ମଧ୍ୟରୁ ଦନ୍ତାହାତୀ ୩ ଟି, ମାଇ ହାତୀ ୩ ଟି ଓ ଛୁଆ ହାତୀ ୭ ଟି ରହିଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରକାଶ କରିଛନ୍ତି। ବୁଗୁଡା ବନାଞ୍ଚଳର ଚାଷୀମାନେ ଋଣ କରି ଧାନ, ମକା, ଆଖୁ ଆଦି ଚାଷ କରିଥିବା ବେଳେ ତାହା ହାତୀ ପଲ ଖାଇବା ସହ ଦଳା ଚକଟା କରି ନଷ୍ଟ କରୁଛନ୍ତି। ବୁଗୁଡା ବନବିଭାଗ ପକ୍ଷରୁ ହାତିପଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଅଞ୍ଚଳବାସୀ ସହଯୋଗ କରୁଥିବା କହିବା ସହ ଚାଷୀମାନଙ୍କ କ୍ଷତି ପାଇଁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉଥିବା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here