ବ୍ରହ୍ମପୁର,୨୬/୧୧/୨୦୨୩: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗ ଯୋଗ ବିଭାଗ ସେମିନାର ହଲରେ ଆଜିସାମ୍ବାଦିକତା ଓ ଗଣ ଯୋଗ ଯୋଗ ବିଭାଗର ୨ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ।ଏହି ସଭାରେ ମୁଖ୍ୟ ଅଥିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗ ଦେଇଥିଲେ । ସେ ତାଙ୍କ ନିଜ ତିରିଶ ବର୍ଷ ବୃତ୍ତିଗତ ଅଭିଜ୍ଞତା ବିଷୟରେ କହିଥିଲେ ।ସେ କହିଥିଲେ ଯେ ଆଗରୁ ସମ୍ପାଦକ ଦ୍ଵାରା ଚାପ ତଥା ରାଜନୀତିକ ପ୍ରଭାବ ଏବଂ ସୂଚନାରେ ଗ୍ରହଣରେ ଅସୁବିଧା ଯୋଗୁଁ ଲୋକଙ୍କ ପାଖରେ ସଠିକ୍ ଖବର ପହଞ୍ଚି ପାରୁନଥିଲା ମାତ୍ର ଏହି ଡିଜିଟାଲ ଯୁଗରେ ମିଥ୍ୟା ଖବର ଏବଂ ସୋସିଆଲ ମିଡିଆ ଦ୍ଵାରା ଆସୁଥିବା ଆହ୍ୱାନର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ବାର୍ତ୍ତା ଦେଇଥିଲେ। ଏହା ଛଡା ସେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗକୁ ଆଗକୁ ଏହିଭଳି ସମ୍ମିଳନୀ ଆୟୋଜିତ କରିବାକୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବେ ଆକାଶବାଣୀ ବ୍ରହ୍ମପୁରର ପୂର୍ବତନ ନିର୍ଦେଶକ ଏବଂ ସୁନାମଧନ୍ୟ ଉଦଘୋଷକ ହୃଷୀକେଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ସେ ଜାତୀୟ ସମ୍ମିଳନୀର ବିଷୟବସ୍ତୁ ‘ଡିଜିଟାଲ ଯୁଗରେ ପ୍ରାମାଣିକ ସାମ୍ବାଦିକତାର ଶକ୍ତି ଉନ୍ମୋଚନ’ ବିଷୟରେ କହିବାକୁ ଯାଇ ସେ ଏହି ଆଧୁନିକ ଯୁଗର ନୂତନ ଜ୍ଞାନ କୌଶଳ ବ୍ୟବହାର କରି କିପରି ସାମ୍ବାଦିକତା ବୃତ୍ତି ଆଗକୁ ବଢ଼ିହେବ ପିଲାମାନଙ୍କୁ ଉପଦେଶ ଦେଇଥିଲେ।ଏହାପରେ ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଓ ଗବେଷକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିଜର ଅନୁଭୂତି ରଖିଥିଲେ। ଏହାପରେ ଆବାହକ ପ୍ରଫେସର.ଗଣେଶ ସେଠୀ ସମ୍ମିଳନୀର ବିବରଣୀ ପାଠ କରିଥିଲେ ।ଏହାପରେ ସମ୍ମିଳନୀରେ ଭାଗନେଇଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଛାତ୍ରଛାତ୍ରୀ ଓ ଗବେଷକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ୨ଦିନିଆ ସମ୍ମିଳନୀ ରେ ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ୬୪ ଜଣ ଗବେଷକ ଅଂଶଗ୍ରହଣ କରିବା ସହ ନିଜର ଗବେଷଣାତ୍ମକ ସନ୍ଦର୍ଭ ପାଠ କରିଥିଲେ।ଶେଷରେ ସମ୍ମିଳନୀର ସଂଘଟାନିକ ସମ୍ପାଦକ ଅଧ୍ୟାପକ ସୌରଭ ପ୍ରକାଶ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ଼ ବନ୍ଦିତା କୁମାରୀ ପଣ୍ଡା , ଡ଼ ଜୟନ୍ତ ପଣ୍ଡା, ଡ଼ ନେହା ପାଣ୍ଡେ ଏବଂ ଡ଼ ଚିନୁ ବୋହିଦାର, ଅଗ୍ନି କୁମାର ବେହେରା , ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।ଏହା ଛଡା ଏହି ସମ୍ମିଳନୀ ସଂସ୍କୃତିକ କାର୍ଯ୍ୟକ୍ରମ ଡ ମିହିର କୁମାର ତ୍ରିପାଠୀଙ୍କ ସମ୍ପାଦନା କରିବାରେ ସହାୟକ କରିଥିଲେ।ଏହି ସମ୍ମିଳନୀ କୁ ଗବେଷଣା ଛାତ୍ର ଛାତ୍ରୀ ମାନେ ଏବଂ ପିଜି ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନେ ସୂଚାରୁରୂପେ ପରିଚାଳନାରେ ସହଯୋଗ କରିଥିଲେ।






