ଟି ଗୋବିନ୍ଦପୁରରେ ଆମ ବ୍ୟାଙ୍କ୍ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

0
172

ବ୍ରହ୍ମପୁର,୨୮/୧୧/୨୦୨୩: ବ୍ୟାଙ୍କ୍ ସେବାକୁ ଗ୍ରାମାଭିମୁଖି ସହ ଗ୍ରାହକଙ୍କ ନିକଟରେ ବ୍ୟାଙ୍କ୍ ପହଞ୍ଚିବା ଏବଂ ସରକାରୀ ଆର୍ଥିକ ପ୍ରୋତ୍ସାହନ ଯୋଜନାରେ ହିତାଧିକାରୀଙ୍କ ପ୍ରାପ୍ୟ ପ୍ରଦାନକୁ ସହଜ ଓ ସରଳ କରିବା ଉଦ୍ଧେଶ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ସ୍ତରରେ ବ୍ୟାଙ୍କ୍ ସେବା ପ୍ରଚଳନକୁ ଗୁରୁତ୍ବ ଦିଆଯାଇଛି । ରାଜ୍ୟ ସରକାରଙ୍କ ପଂଚାୟତରାଜ ଏବଂ ଅର୍ଥବିଭାଗର ମିଳିତ ସଂଯୋଜନାରେ ବ୍ୟାଙ୍କ ନ ଥିବା ପଞ୍ଚାୟତ ଗୁଡ଼ିକରେ ରାଜ୍ୟ ସରକାରଙ୍କ ସହାୟତାରେ ବ୍ୟାଙ୍କ୍ ଖୋଲିବା ନେଇ ୬ ଗୋଟି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କକୁ ସରକାର ଏଥିନେଇ ଚୁକ୍ତି କରିଛନ୍ତି। ରାଜ୍ୟ ସରକାରଙ୍କ ଆମ ବ୍ୟାଙ୍କ ଯୋଜନା ଭାବରେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏହି କ୍ରମରେ ସାନଖେମୁଣ୍ଡି ବ୍ଳକ ଟି ଗୋବିନ୍ଦପୁର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ୟୁନିୟନ ବ୍ୟାଙ୍କର ଏକ ଶାଖା ପଞ୍ଚାୟତ କାର୍ଯ୍ୟାଳୟରେ ଶୁଭାରମ୍ଭ ହୋଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଆଭାଷୀ କାର୍ଯ୍ୟକ୍ରମରେ ଏହାକୁ ଲୋକାର୍ପଣ କରିଛନ୍ତି । ଯଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତପ୍ତପାଣି ଗୋବିନ୍ଦପୁର ପଞ୍ଚାୟତର ୨୬ ଗୋଟି ଗ୍ରାମର ଜନସାଧାରଣ ଆମ ବ୍ୟାଙ୍କ ସୁବିଧା ପାଇପାରିବେ।ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ରଙ୍କ ସହ ନିର୍ବାଚିତ ଜନପ୍ରତିନିଧି । ସଂଚୟିକା ସଂଘ ସଦସ୍ୟା ଓ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ଗହଣରେ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କବିତା ଗମାଙ୍ଗ , ସମିତି ସଭ୍ୟ ଓବି ଦଳେଇଙ୍କ ସହ ବ୍ୟାଙ୍କ୍ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ।
ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଜୀତେନ୍ଦ୍ର କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଡାମାରି ୟୁନିୟନ୍ ବ୍ୟାଙ୍କ ଶାଖା ପରିଚାଳକ ଚାରୁଚନ୍ଦ୍ର ମୂର୍ମୁ , ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ ବେହେରା , କନିଷ୍ଠ ଯନ୍ତ୍ରୀ ,ମନୋଜ ବେହେରା ,ନିର୍ବାହୀ ଅଧିକାରୀ ରମପ୍ରସାଡ ପୃଷ୍ଟି , ଗୋଷ୍ଠି ଜୀବିକା ମିଶନ ସଂଯୋଜକ ନରେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଞ୍ଚାୟତ ଜନସାଧାରଣଙ୍କ ସହ ନାଏବ ସରପଞ୍ଚ ସାୟ ଗମାଙ୍ଗ , ସୀମାଞ୍ଚଲ ବିଷୋୟୀ , ମୁରଲୀ ବିଷୋୟୀ , ରେଡିକା ଜାନି ପ୍ରମୁଖ ପରିଚାଳନା ଗତ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here