ବ୍ରହ୍ମପୁର,୨୮/୧୧/୨୦୨୩:
ଓଡ଼ିଶା ସରକାରଙ୍କ ପ୍ରାୟୋଜିତ “ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା” ଅନ୍ତର୍ଗତ ସ୍ୱାସ୍ଥ୍ୟ ପରୀକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟରେ ମହା ଉତ୍ସାହରେ ପାଳନ ହୋଇ ଚାଲିଛି । ଆଜିର ଉତ୍ସବରେ ପ୍ରଫେସର ଡାଃ ପି ରବି କୁମାର, ବିଭାଗୀୟ ମୁଖ୍ୟ, ଏଣ୍ଡୋକ୍ରାଇନୋଲୋଜି, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ, ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଆର୍ କେ ଡାଇବେଟିସ୍ ସେଣ୍ଟର ଟିମ ସହାୟତାରେ
ସାମାଜିକ କାର୍ଯ୍ୟକଳାପରେ ସ୍ଵାସ୍ଥ୍ୟ ପରିକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ +୩ ଛାତ୍ରୀମାନଙ୍କ ସମେତ ଅଭିଭାବକ, ଆଖ ପାଖ ବାସିନ୍ଦା, କର୍ମଚାରୀ ଙ୍କ ସହ ୩୦୦ରୁ ଅଧିକ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ପରିକ୍ଷଣ କରିଥିଲେ । ଏଥିରେ ଥାଇରୋଇଡ, ମଧୁମେହ, ରକ୍ତଚାପ, ଓଜନ ଉଚ୍ଚତା ପରି ମାପକ ଇତ୍ୟାଦି ପରିକ୍ଷଣ ଏବଂ ସ୍ୱାସ୍ଥ୍ୟ ସଚେତନତା କରିଥିଲେ । କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀ ନିର୍ଦ୍ଦେଶରେ ପ୍ରଶାସନିକ ଅଧିକାରିଣି ଡଃ ଜୟନ୍ତୀ ରାଣି ପଣ୍ଡା ଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୋଡାଲ ଅଫିସର ସ୍ଵର୍ଣ୍ଣଲତା ପଟ୍ଟନାୟକ ଏବଂ ପ୍ରାଗ୍ରାମ କୋଡ଼ିନେଟର ଡ ସୁଜାତା ପଣ୍ଡିତଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ କାର୍ଯ୍ୟ ନିର୍ବାହି ଅଧିକ।ରିଣି ସମିତ। ସାହୁ ଏବଂ ସୁନିତା ରାଣୀ ଜେନା ଙ୍କ ସହ ସମସ୍ତ କର୍ମଚାରୀ ଏବଂ ଛାତ୍ରୀ ଉପସ୍ଥିତ ଥିଲେ ।






