ଭୁବନେଶ୍ବର,୨୯/୧୧/୨୦୨୩:
ଆଜି ପୂର୍ବାହ୍ନରେ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କଟକ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ୍ ରେ ବିଦ୍ୟୁତ୍ ସରବରାହ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ପ୍ରକାଶ ଯେ ଦୁଇଟିଯାକ ମ୍ୟୁନିସିପାଲ କର୍ପୋରେସନରେ ବିଦ୍ୟୁତ୍ ଯୋଗାଣ, ନୂତନ ଟ୍ରାନ୍ସଫର୍ମର ସ୍ଥାପନ, ଗ୍ରାହକଙ୍କୁ ଉନ୍ନତ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ବିଦ୍ୟୁତ୍ ଟାରିଫ
ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, କଟକ ମେୟର ଶ୍ରୀ ସୁବାସ ସିଂହ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଶ୍ରୀ ଜେ.ସୋନାଲ, ଟିପିସି ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅରବିନ୍ଦ ସିଂହ, ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତ ଗର୍ଗ, ମାନବ ସମ୍ବଳ ମ୍ୟାନେଜର ପ୍ରମୁଖ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ସରକାରଙ୍କ ତୁରନ୍ତ
ହସ୍ତକ୍ଷେପ ଓ ସମାଧାନ ଦିଗରେ ସହଯୋଗ ଲୋଡ଼ିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ କଟକ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ବିଦ୍ୟୁତ୍ ସରବରାହ ସମୀକ୍ଷା କଲେ ଶକ୍ତି ମନ୍ତ୍ରୀ





