ବୁଗୁଡା ୩୦-୧୧-୨୩ ବାଲିପଦର, ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ନଭେମ୍ବର ୩୦ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି। ୧୯୯୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟରେ ପ୍ରତିଷ୍ଠାତା ଅଧ୍ଯକ୍ଷ ରହି ବହୁ ବିକାଶ ମୂଳକ କାର୍ଯ୍ୟକରି ଜିଲ୍ଲା ତଥା ରାଜ୍ଯ ସ୍ତରରେ ବେଶ ସୁନାମ ଅର୍ଜନ କରିଥିଲେ। ଅବସର ଦିବସରେ ଶିକ୍ଷାନୁଷ୍ଠାନ ପ୍ରାଙ୍ଗଣରେ ବରିଷ୍ଠ ପ୍ରାଧ୍ୟାପକ କୈଳାଶ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ +୨ ଓ +୩ କଲେଜର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ସଭାରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବିବେକାନନ୍ଦ ପଟ୍ଟନାୟକ, ବରିଷ୍ଠ ଅବସରପ୍ରାପ୍ତ ଅଧ୍ୟାପକ କାମେଶ୍ୱର ବେହେରା, ଅଧ୍ୟାପକ ସରୋଜ କାନ୍ତ ଦାସ, ସୁଶାନ୍ତ କୁମାର ପଣ୍ଡା, ଡକ୍ଟର ଏ ଜିତେଶ ରାଓ ଦୋରା, ସୁଜାତା ପଟ୍ଟନାୟକ, ସ୍ମିତାରାଣୀ ସାହୁ, ବିଭୁତି ଭୂଷଣ ବେବର୍ତ୍ତା, ଡକ୍ଟର ଦିଲ୍ଲୀପ କୁମାର ପଟ୍ଟନାୟକ, ଡକ୍ଟର ଶିଶିର କୁମାର ନାୟକ, ପ୍ରେମାନନ୍ଦ ପ୍ରଧାନ, ଗୋପିନାଥ ମହାନ୍ତି, ଅମିୟ କୁମାର ସ୍ବାଇଁ, ମିନତୀ ଆଚାରୀ, ସଲୀଳା ନାୟକ, ଭକ୍ତ ଲତା ଦାଶ, ପ୍ରଦ୍ୟୁମ୍ନ କୁମାର ପାଢୀ, ଜ୍ଞାନ ଚାନ୍ଦ ଗୌଡ, ସିମାଞ୍ଚଳ ଗୌଡ, ନବିନ ପ୍ରଧାନ ପ୍ରମୁଖ ଯୋଗଦେଇ ଡକ୍ଟର ପାତ୍ରଙ୍କୁ ଅବସରକାଳୀନ ବିଦାୟ ଦେଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଅବସର ଗ୍ରହଣ କଲେ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର । ଶିକ୍ଷାନୁଷ୍ଠାନ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ...





