ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା, ୪ହଜାର ୧୦୬ କିଶୋରୀ ଉପକୃତ

0
206

ଆସିକା, ୦୧/୧୨/୨୦୨୩:
ଆସିକା ବ୍ଲକର ୨୭ ପଞ୍ଚାୟତ ଏବଂ ଏନ ଏ ସି ରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା l ଏଥିରେ ଉପକୃତ ହେବେ ୪ହଜାର ୧୦୬ କିଶୋରୀ l ରାଜ୍ୟ ସରକାରଙ୍କ ପକ୍ଷରୁ କିଶୋରୀ ମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା କାର୍ଯ୍ୟକାରୀ ହେଲା l ରାଜ୍ୟ ସରକାର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ୧୫ ରୁ ୧୯ ବର୍ଷ ମଧ୍ୟରେ ଥିବା କିଶୋରୀ ମାନଙ୍କୁ ଚିହ୍ନଟ କରାଯାଇଥିଲା l ଆସିକା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ଭାଗ୍ୟଲତା ପାତ୍ର ଙ୍କ ତତ୍ୱାବଧାନ ରେ ଅଞ୍ଚଳ ପରିଦର୍ଶିକା ଦୀପ୍ତି ଧୋବା, କୁମୁଦିନୀ ପାତ୍ର, ଗୀତା ଗୌଡ଼, ସଂଯୁକ୍ତା ସ୍ୱାଇଁ, ପ୍ରମିଳା ସାହୁ, ସମେତ ସମସ୍ତ ସୁପରଭାଇଜର ମାନେ ନିଜ ନିଜ ସେକ୍ଟର ର ଅଙ୍ଗନବାଡି କର୍ମୀ ମାନଙ୍କ ମାଧ୍ୟମରେ ଗାଁ ସ୍ତରରୁ ଥିବା କିଶୋରୀ ବାଳିକା ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି l ଆସ୍କା ବ୍ଲକ ୨୭ ପଂଚାୟତ ର ୧୧ ସେକ୍ଟର ରେ ଥିବା ୨୫୧ ଅଙ୍ଗନବାଡି କେନ୍ଦ୍ର ରେ ମୋଟ ୦୪ ହଜାର ୧୦୬ ଜଣ କିଶୋରୀ ରହିଛନ୍ତି । ଆସ୍କା ସେକ୍ଟର ରେ ୩୭୮, ବାବନପୁର ୨୩୨, ବାଲିସିରା ୨୩୦, ଭେଟନଇ ୪୧୦, ଦେବଭୂମି ୪୮୨, ଗହଙ୍ଗୁ ୪୨୦, ଜୟପୁର ୪୭୨, ଖାରିଆ ୫୦୮ ମଙ୍ଗଳପୁର ୧୭୯, ମୁନିଗାଡ଼ି ୨୫୨ଏବଂ ଆସ୍କା
ଏନ ଏ ସି ରେ ୫୪୩ ଜଣ କିଶୋରୀ ବାଳିକା ରହିଛନ୍ତି l ଏହି କିଶୋରୀ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ମାସର ୧ ତାରିଖ ଦିନ,ମୁଡି,ଭଜା ସିନାବାଦାମ, ଅଣ୍ଡା, ଇତ୍ୟାଦି ପୃଷ୍ଟି ଯୁକ୍ତ ଖାଦ୍ୟ ପ୍ରଦାନ କରାଯାଇଛି l

LEAVE A REPLY

Please enter your comment!
Please enter your name here