ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

0
195

ବ୍ରହ୍ମପୁର,୦୨/୧୨/୨୦୨୩:ସ୍ଵାଭିମାନ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭିନ୍ନକ୍ଷମ ସେଲ ର ମିଳିତ ଉଦ୍ୟମ ରେ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଅଛି। ସ୍ୱାଭିମାନ ପକ୍ଷ ରୁ ଆୟୋଜିତ ସଚେତନତା ବୁଥ୍ କୁ ବିଶ୍ଵବିଦ୍ୟାଳୟ ର କୁଳପତି ଙ୍କ ଦ୍ଵାରା ଉଦଘାଟନ କରାଯିବା ସହିତ ଭିନ୍ନକ୍ଷମ ସଚେତନତା ଉପରେ ବିଭିନ୍ନ ପ୍ରକାର କର୍ମଶାଳା କରି ବିଶ୍ଵବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟକ୍ଷା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ ସ୍ୱାଭିମାନ ର ମୁଖ୍ୟ ଡଃ ଶ୍ରୁତି ମହାପାତ୍ର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ,ବ୍ରହ୍ମପୁର ରୋଟାରୀ କ୍ଲବ ର ସଭାପତି ରୋଟରୀୟାନ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ଭିନ୍ନକ୍ଷମ ସେଲ ର ଚେୟାରମ୍ୟାନ ଡଃ. ବି ଅଞ୍ଜନ କୁମାର ପୃଷ୍ଟି, ଜିଲ୍ଲା ଆଇନ୍ ସେବା ଅଧିକାରୀ ଶ୍ରୀମତୀ ସବିତା ସାହୁକାର ଅତିଥି ଭାବେ ଯୋଗ ଦେଇଥିଲେ। ଭିନ୍ନକ୍ଷମ ସେଲ ର କନଭେନର ଡଃ. ଶାରଦା ପ୍ରସନ୍ନ ରାଉତ ଅତିଥି ପରିଚୟ ଦେଇ ଏହି ପ୍ରୋଗ୍ରାମ ର ଆରମ୍ଭ କରିଥିଲେ । ଭିନ୍ନକ୍ଷମ ସେଲ ର ସଦସ୍ୟା ଡଃ ବିଭୂନନ୍ଦିନୀ ଦାସ ଏହି କାର୍ଯ୍ୟକ୍ରମ ରେ ମଂଚ ପରିଚାଳନା କରିଥିଲେ ଏବଂ ଭିନ୍ନକ୍ଷମ ସେଲ ର ସଦସ୍ୟ ଶ୍ରୀ ତପନ କୁମାର ସିଂ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସେଲର ଅନ୍ୟ ସଦସ୍ୟ ଗଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଭିନ୍ନକ୍ଷମ ଉପରେ ଅଧିକ ଜାଣିବା ପାଇଁ ଏବଂ ସଚେତନ କରେଇବା ପାଇଁ ସମସ୍ତ ସ୍ନାତକୋତ୍ତର ବିଭାଗର ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସ୍ଵାଭିମାନ ପକ୍ଷରୁ କୁଳପତି, ଭିନ୍ନକ୍ଷମ ସେଲ ଏବଂ ବିଶ୍ଵବିଦ୍ୟାଳୟ ପାଇଁ ବ୍ରେଲ କିଟ୍ ଏବଂ ଭିନ୍ନକ୍ଷମ ଅଧିକାର ପୁସ୍ତକ ସହିତ ଅନ୍ୟାନ୍ୟ ଭିନ୍ନକ୍ଷମ ଉପରେ ଆଧାରିତ ପୁସ୍ତକ ଏବଂ ରୋଟାରୀ କ୍ଲବ୍ ଦ୍ଵାରା ଭିନ୍ନକ୍ଷମ ସେଲ କୁ ସହାୟକ ଉପକରଣ ପ୍ରଦାନ କରାଯାଇଅଛି। କୁଳପତି ତାଙ୍କ ଅଭିଭାଷଣରେ ଭିନ୍ନକ୍ଷମ ଦିବସର ଅଭିନନ୍ଦନ ସେବା ସହିତ ଏହି ଦିବସର ମହତ୍ୱ ବିଷୟରେ ବିଶ୍ୱବିଦ୍ୟାଳର ସମସ୍ତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ ଏବଂ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଯାହା ସବୁ ସରକାରୀ ନିୟମ ଉପଲବ୍ଧ ଅଛି ତାକୁ ବିଶ୍ୱବିଦ୍ୟାଳୟ ରେ କାର୍ଯ୍ୟକାରି କରିବାପାଇଁ ପ୍ରତିଶୁତି ଦେଇଥିଲେ । ଶେଷ ରେ ଏହି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କୁ ଛାତ୍ର ଛାତ୍ରୀ ରଙ୍ଗ ଖେଳି ଉତ୍ସାହ ର ସହିତ ପାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here