ତିନି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ର ବୃହତ ବିଜୟ, ବ୍ରହ୍ମପୁର ରେ ବାଜା,ବାଣ ଓ ମିଷ୍ଠାନ୍ନ ବଣ୍ଟନ

0
58

ବ୍ରହ୍ମପୁର, ୦୩/୧୨/୨୦୨୩ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ତିନି ରାଜ୍ୟ ରାଜସ୍ଥାନ,ଛତିଶଗଡ଼,ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳରେ ଭାରତୀୟ ଜନତା ପାର୍ଟି ପ୍ରଚଣ୍ଡ ବହୁମତ ପାଇଥିବାରୁ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବାଜା,ବାଣ ଓ ମିଷ୍ଠାନ୍ନ ବଣ୍ଟନ ସହ ଫଗୁ ଖେଳି ଖୁସିରେ ବିଜୟ ଉତ୍ସବ ପାଳନ କରିଥିଲେ । ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ନେଇଛନ୍ତି ମୋଦିଙ୍କ ଗ୍ୟାରେଣ୍ଟିକୁ ଭରସା କରି ତିନି ରାଜ୍ୟ ରାଜସ୍ଥାନ,ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ଜନସାଧାରଣ ଭାରତୀୟ ଜନତା ପାର୍ଟିକୁ ବିପୁଳ ବିଜୟ ଦେଇଛନ୍ତି । “ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସର” ମନ୍ତ୍ର ନେଇ ଦେଶ ପାଇଁ ଅନବରତ ଭାବେ ସେବା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିକୁ ଆଗାମୀ ସାଧାରଣ ନିର୍ବାଚନରେ ଦେଶର ଜନସାଧାରଣ ବିପୁଳ ବିଜୟ ଦେବାକୁ ସ୍ଥିର କରିସାରିଛନ୍ତି ଏହା ଆଜିର ଫଳାଫଳରୁ ସ୍ପଷ୍ଟ ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି । ଆଜିର ଏହି ବିଜୟ ଉତ୍ସବ ପାଳନ ଅବସରରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,କର୍ପୋରେଟର ରଞ୍ଜିତା ବେହେରା,ବରିଷ୍ଠ ନେତ୍ରୀ ଏସ୍.ରାଣୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ଵାଳ,ବର୍ଷା ବିଦ୍ୟୁସ୍ମିତା ପାଳ,ନିବେଦିତା ପାଢ଼ୀ,ଲକ୍ଷ୍ମୀ ବେହେରା,ସବିତା ନାୟକ,ସଞ୍ଜୁକ୍ତା ପାଣିଗ୍ରାହୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ମଣ୍ଡଳ ସଭାପତି ସରୋଜ ପାତ୍ର,ଏସ୍.ଶ୍ରୀନିବାସ,ଯୁବ ନେତା ମନୋଜ ମହାରଣା,ଦେବୁନ୍ ପଟ୍ଟନାୟକ, ଅଖିଳ କୁମାର ସାହୁ,ବସନ୍ତ ପାଣିଗ୍ରାହୀ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଜୟ ଉତ୍ସବ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here