ବ୍ରହ୍ମପୁର, ୦୪/୧୨/୨୦୨୩: ସ୍ଥାନୀୟ କୋର୍ଟପେଟା ସ୍ଥିତ ଟେକ୍ନ ଅଫିସ ଠାରେ ଚିନ୍ମୟ ମିଶନ୍ ବ୍ରହ୍ମପୁର ସିଟି ସେଣ୍ଟର ତରଫରୁ ଏକ ଷଡ ଦିବସୀୟ ଗୀତା ଜ୍ଞାନଯଜ୍ଞ ଓ ଯୁବ ସମ୍ମିଳନୀ ର ପ୍ରସ୍ତୁତି ବୈଠକ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ୧୪ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହେବ।ଚିନ୍ମୟ ମିଶନ୍ ର ଚେୟାରମ୍ଯାନ୍ ଇଂ ଜଗନ୍ନାଥ ପାଢ଼ୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ଆସନ୍ତା
୧୪ ତାରିଖ ସନ୍ଧ୍ୟା ଘ ୬.୩୦ ମି ରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଥିବା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ଓଡିଶାର ଠାକୁର ରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ। ସେହିପରି ଯୁବ ସମ୍ମିଳନୀ ମଧ୍ୟ ମହାରାଜାଜୀ ତା ପରଦିନ ଘ ୧୦.୩୦ ମିରେ ଉଦଘାଟନ କରିବେ।ଏହି ଜ୍ଞାନଯଜ୍ଞ କୁ ପରିଚାଳନା କରିବେ କୋଇମ୍ବାଟୋର ଚିନ୍ମୟ ମିଶନ୍ ର ଆଚାର୍ଯ୍ୟା ପୂଜ୍ଯା ସ୍ବାମିନୀ ବିମଳାନ୍ଦଜୀ ମହୋଦୟା । ପ୍ରତ୍ୟହ ସନ୍ଧ୍ୟା କକ୍ଷାରେ ସଂନ୍ଧ୍ୟା ୬.୩୦ ଠାରୁ ୮.୦ ମି ପର୍ଯ୍ୟନ୍ତ )ଭଗବଦ୍ ଗୀତା ଆଧାରରେ ସଫଳତାର ନିଶ୍ଚୟ ସୂତ୍ର ଉପରେ ଚର୍ଚ୍ଚା ହେବ ଯାହା କି ହେଉଛି ଏକ ଅନନ୍ୟ ପ୍ରବଚନ। ଏହା ସମସ୍ତଙ୍କ ଜୀବନ ପାଇଁ ଅତ୍ୟନ୍ତ ଉପଯୋଗୀ। ସେହିପରି ପୂଜ୍ଯା ସ୍ବାମିନୀ ପ୍ରତ୍ୟହ ସକାଳ କକ୍ଷାରେ ଶାସ୍ତ୍ର ଉପରେ ଆଧାରିତ ସ୍ବରଚିତ ଗ୍ରନ୍ଥ ଅଭୟ ବିଦ୍ୟା ବା “ଫେସିଙ୍ଗ ଦ ଫିଅର” ଉପରେ ପ୍ରବଚନ କରିବେ।
ପୂଜ୍ଯା ସ୍ବାମିନୀ ପ୍ରତ୍ୟେହ ଆସନ୍ତା୧୫ ତାରିଖ ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ)
ଘ ୧୦.୩୦ ମିରୁ ଘ ୧୨.୦ମି ପର୍ଯ୍ୟନ୍ତ ଯୁବକ ଯୁବତୀଙ୍କ ବ୍ୟକ୍ତିତ୍ଵ ବିକାଶ ପାଇଁ କ୍ଲାସ ନେବେ।
ସେହିପରି ୧୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ମଧ୍ୟାହ୍ନ କକ୍ଷାକୁ ପରିଚାଳନା କରିବେ ଚିନ୍ମୟ ମିଶନ୍ ବିଶାଖାପାଟଣା ର ଆଚାର୍ଯ୍ୟ ପୂଜ୍ଯ ସ୍ବାମୀ ରଘୁବିରାନନ୍ଦଜୀ ମହୋଦୟ ପୂଜ୍ୟ ସ୍ବାମିଜୀ ଆମେରିକା ସ୍ଥିତ ଟେକ୍ସାସ ବିଶ୍ଵବିଦ୍ୟାଳୟର ଏମସ୍ ଡିଗ୍ରୀ ହାସଲ କରିଥିବା ଜଣେ ଇଂଜିନିୟର ଥିଲେ। ଯୁବକ ମାନଙ୍କ ପାଇଁ କର୍ମଶାଳା କକ୍ଷା ନେବାରେ ସ୍ବାମିଜୀ ଅତ୍ୟନ୍ତ ସୁଦକ୍ଷ। ଏହି କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ସାମିଲ ହୋଇ ଆତ୍ମ କଲ୍ଯାଣ ଓ ଜଗତ କଲ୍ୟାଣ କରନ୍ତୁ ବୋଲି ଚିନ୍ମୟ ମିଶନ୍ ର ସ୍ଥାନୀୟ ଆଚାର୍ଯ୍ୟ ସ୍ବାମୀ ସଦାଶିବାନନ୍ଦଜୀ ସମସ୍ତ ବ୍ରହ୍ମପୁରବାସୀଙ୍କୁ ନିବେଦନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଅଖିଳ ପାତ୍ର, ସମ୍ପାଦକ ସୁରେଶ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟକାନ୍ତ ପଣ୍ଡା, କିର୍ତନ ସାହୁ, ଅନିଲ ପାତ୍ର, ବିଳାସିନୀ ଦାସ, ପ୍ରତିମା ଦାସ ଆଦି ଉପସ୍ଥିତ ଥିଲେ।





