ଭୂବନେଶ୍ୱର,୦୫/୧୨/୨୦୨୩:
ବକେୟା ମୋଟର ଯାନ ଟିକସ ଛାଡ କରିଲେ ରାଜ୍ୟ ସରକାର । ଏ ନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୁଚନା ଦିଆଯାଇଛି।ଉଲ୍ଲେଖଯୋଗ୍ୟ ଯେ,ସରକାରଙ୍କ ନଜରକୁ ଆସିଛି ଯେ ୫୦ ହଜାରରୁ ଉର୍ଦ୍ଧ୍ବ ଗାଡି ମାଲିକଙ୍କ ଉପରେ ବକେୟା ମୋଟର
ଯାନ ଟିକସ ଏବଂ ଜୋରିମାନା ଅନାଦେୟହୋଇ ପଡି ରହିଛି। ଟ୍ୟାକ୍ସ ରିକଭରି ନୋଟିସ୍ ଏବଂ ସ୍ବତନ୍ତ୍ର ଡ୍ରାଇଭ୍ ସତ୍ତ୍ବେ, ୨୦୨୨ ମସିହାରେ କେବଳ ୪୬୬୮ମାଲିକଙ୍କଠାରୁ ବକେୟା ଟିକସ ସଂଗ୍ରହ କରାଯାଇପାରିଛି |ଯେତେବେଳେ ଜଣେ ଗାଡି ମାଲିକ ଟିକସ ଠିକ୍ ସମୟରେ କିଛି ଦିନ ଧରି ନଦିଏ, ଏହା ପୌନଃପୌନିକ
ଭାବେ ବୃଦ୍ଧି ହୁଏ ଓ ଶେଷରେ ତାହାକୁ ଗାଡି ମାଲିକ ଭରଣା କରିପାରେ ନାହିଁ । କେତେକ କ୍ଷେତ୍ରରେ ମାଲିକମାନେ ଟିକସ ଛାଡ ପାଇଁ ଅଦାଲତରେ କେଶ୍ ଦାୟର କରନ୍ତି କାରଣ ଏହା ବହୁଦିନ ଧରି ଚାଲେ ।ଏତଦ୍ବ୍ୟତୀତ, ଯାନବାହାନ ଜନିତ ନିର୍ଗମନକୁ ପ୍ରତିବନ୍ଧିତ କରିବାର ଏକ ପଦକ୍ଷେପ ଭାବରେ, ଭାରତ ସରକାରଙ୍କର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପୁରୁଣା ତଥା ପ୍ରଦୂଷଣ କରୁଥିବା ଯାନଗୁଡିକୁ
ହଟାଇବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ପୁରୁଣା ଗାଡିଗୁଡିକର ଗାଡି ମାଲିକମାନଙ୍କୁ ଏଥ୍ପାଇଁ ଆକର୍ଷିତ
କରିବା ପାଇଁ ଅନାଦେୟ ଟିକସ ଛାଡ ପାଇଁ ଏକକାଳୀନ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି ଯାହାଦ୍ବାରା ରାଜ୍ୟ ସରକାରଙ୍କ ପଞ୍ଜୀକୃତ ଯାନ ଗ୍ରାଫି ସୁବିଧା କେନ୍ଦ୍ରରେ ଯାନଗୁଡ଼ିକୁ ବିନା ପ୍ରଦୂଷଣରେ ବୈଜ୍ଞାନିକ
ପଦ୍ଧତିରେ ସ୍କ୍ରିପ୍ କରାଯାଇପାରିବ ।
ଉପରୋକ୍ତ କାରଣଗୁଡିକୁ ଦୃଷ୍ଟିରେ ରଖ୍, ବାଣିଜ୍ୟ ଏବଂ ପରିବହନ ବିଭାଗ, ଓଡ଼ିଶା ସରକାର ବକେୟା
ମୋଟର ଯାନ ଟିକସ ଛାଡ/ରିହାତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ମାଲିକମାନେ ଗାଡି ଗୁଡିକ
ସ୍ପାପ କରିବାକୁ ଇଚ୍ଛୁକ ଥ୍ବେ, ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ କରିବାର ବ୍ୟବସ୍ଥା ହୋଇଛି । ଯେଉଁମାନେ ଟିକସ ପ୍ରଦାନ କରି ଗାଡି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜରିମାନା ସଂମ୍ପୂର୍ଣ୍ଣ ଛାଡ କରାଯିବା ସହିତ ଗାଡିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ରହିବ। ଏହା ଦ୍ବାରା ବହୁ ପୁରୁଣା ଯାନଗୁଡିକର ମାଲିକମାନେ ସେମାନଙ୍କ ଗାଡିଗୁଡିକୁ ସ୍ରାପ୍ ଏବଂ ପଞ୍ଜୀକରଣ ରଦ୍ଦ କରିବାକୁ ଆଗେଇ ଆସିବେ । ସେହିପରି ଅନ୍ୟ ସ୍ଥାନଗୁଡିକର ଗାଡି ମାଲିକମାନେ ଯେଉଁମାନେ ସେମାନଙ୍କ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନେ ଟିକସ ରିହାତି ହାରରେ ଜମା କରିପାରିବେ।ଏହାଦ୍ବାରା ପର୍ଯ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହିତ ଗାଡି ମାଲିକମାନେ ଅଧିକ ଲାଭବାନ ହେବେ ।





