ଶାଳୀର ବାହାଘର କୁ ଯିବା ବେଳେ ଟ୍ରକ ପଛ ପଟୁ ବାଇକ ଧକ୍କା : ଜଣେ ମୃତ୍ୟୁ

0
107

ଆସିକା, ୦୬/୧୨/୨୦୨୩:
ଆସିକା ନିକଟସ୍ଥ ବାହାଡାଗୁଡା ଛକ ନିକଟରେ ଶାଳୀର ବାହାଘର କୁ ଯିବା ବେଳେ ଟ୍ରକ ପଛ ପଟୁ ବାଇକ ଧକ୍କା ଦେବା ଫଳରେ ଜ୍ୱାଇଁ ର ମୃତ୍ୟୁ ଘଟିଛି l ପ୍ରକାଶ ଥାଉକି ଆଜି ଅପରାହ୍ନ ସମୟରେ ବାନ୍ଧଗୁଡା ଗ୍ରାମର ବୃନ୍ଦାବନ ବେହେରା ଙ୍କ ପୁଅ ମଙ୍ଗୁଳୁ ବେହେରା ଏବଂ ଜ୍ୱାଇଁ ମୁନା ବେହେରା ଏକ ଓ.ଡି.୦୭ ଏ ଆର ୧୫୦୮ ନମ୍ବର ବାଇକ ଯୋଗେ ଆସିକା କୁ ଶାଳୀ ବାହାଘର ଜିନିଷ କିଣିବା ପାଇଁ ଆସିଥିଲେ l ଜିନିଷ ପତ୍ର କିଣା କିଣି କରି ଶାଳା ମଙ୍ଗୁଳୁ ଜିନିଷ ଗାଡ଼ିରେ ବାହାରିଥିଲା l ଜ୍ୱାଇଁ ମୁନା ବାଇକ ଧରି ଆସିକା ରୁ ବାନ୍ଧଗୁଡା ଅଭିମୁଖେ ବାହାରିଥିଲା l ଶଶୁର ଗାଁ କୁ ପହଂଚିବା ଅଳ୍ପ ଦୂର ରହିଥିଲା l ହଠାତ ଧରାକୋଟ ଥାନା ବାହାଡାଗୁଡା ଛକ ରେ ଛିଡା ହୋଇଥିବା ଓ ଡି ୦୭ ଏଲ ୧୫୬୫ ନମ୍ବର ଟ୍ରକ କୁ ଏହି ବାଇକ ଧକ୍କା ଦେଇଥିଲା l ଫଳରେ ବାଇକ ଚାଳକ ରାସ୍ତା କଡ଼ରେ ଛିଟିକି ପଡିଥିଲା l ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଗ୍ରାମବାସୀ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ l ଡାକ୍ତର ମୁନା ବେହେରା କୁ ମୃତ୍ୟୁ ଘୋଷଣା କଲେ l ମୃତକ ଜଣକ ହେଉଛନ୍ତି କୋଦଳା ଥାନା ଦିଗାପଡା ପଂଚାୟତ ର ରେଙ୍ଗିଡ଼ି ପଲ୍ଲୀ ଗ୍ରାମର l ତାଙ୍କର ଦୁଇ ବର୍ଷ ତଳେ ବାହାଘର ହୋଇଥିଲା l ଦେଢ଼ ବର୍ଷ ର ଝିଅ ଗୋଟିଏ ଅଛି l ଏଭଳି ଶାଳୀ ବାହାଘର କୁ ଆସି ଜ୍ୱାଇଁ ର ମୃତ୍ୟୁ ଅଂଚଳରେ ଶୋକାକୁଳ ପରିବେଶ ଖେଳିଯାଇଛି l ସଡ଼କ ସୁରକ୍ଷା ‘ଶୁନ୍ୟ’ମୃତ୍ୟୁ ସପ୍ତାହ ପାଳନ ଚାଲିଥିବା ବେଳେ ଏଭଳି ରାସ୍ତା କଡରେ ଅଯଥା ଗାଡି ପାର୍କିଂ ଏଭଳି ମୂଲ୍ୟବାନ ଜୀବନ ଚାଲିଗଲା l ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଥାନା କେସ ନମ୍ବର ୪୨୫/୨୩ ରେ ମାମଲା ରୁଜୁ କରି ତଦନ୍ତ କରୁଛି l ଘଟଣା ସ୍ଥଳରୁ ଗାଡି କୁ ଜବତ କରିଛି l

LEAVE A REPLY

Please enter your comment!
Please enter your name here