ଭେଟନଇ କଙ୍କଣଦେବୀ ନିକଟରେ ଜୁଆ ଆଡ୍ଡା ଚଢ଼ାଉ, ଲକ୍ଷାଧିକ ଟଙ୍କା, ଗାଡି, ଖଣ୍ଡା ଜବତ

0
123

ଆସିକା, ୦୬/୧୨/୨୦୨୩:
ଆସିକା ବ୍ଲକ କୋଟିନଡ଼ା ଥାନା ଇଲାକା ର ଭେଟନଇ କଙ୍କଣଦେବୀ ପାଖରୁ ଜୁଆ ଆଡା ଛଡାଉ କରିଛି ପୋଲିସ l ସେଠାରୁ ୦୧ଲକ୍ଷ ୧୪ ହଜାର ୧୩୦ ଟଙ୍କା ଜବତ l ଜୁଆ ଆଡା ନିକଟରୁ ୦୪ ଗୋଟି ମୋଟର ସାଇକେଲ ଏବଂ ଏକ ଖଣ୍ଡା କୁ ମଧ୍ୟ ଜବତ କରିଛି l କୋଟିନଡ଼ା ଥାନା କେସ ନମ୍ବର ୩୪୭/୨୩ ରେ ଏକ ମାମଲା ରୁଜୁ କରିଛି l ଭେଟନଇ କଙ୍କଣଦେବୀ ପାଖରେ ଖଣ୍ଡା ରଖି ଜୁଆ ଆଡା ଚଳାଉ ଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା ପ୍ରକାଶ କରିଛନ୍ତି l ଗିରଫ ହୋଇଥିବା ଦୁଇ ଜଣ ହେଲେ ଭେଟନଇ ଗ୍ରାମର ତାପସ ରଞ୍ଜନ ସାମନ୍ତରାୟ ଓ ଶିବ ଶଙ୍କର ନାହାକ l ଘଟଣା ସ୍ଥଳରୁ ଆଉ ଦୁଇ ଜଣ ଫେରାର ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l ଜୁଆଖେଳ ଖେଳୁ ଥିବା ନଅଜଣ ଖେଳାଳି କୁ ପୋଲିସ ଗିରଫ କରି ଥାନା ରୁ ବେଲ ଦେଇଥିଲେ l

LEAVE A REPLY

Please enter your comment!
Please enter your name here