ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପ୍ରସଙ୍ଗ।ବିଜେଡି ସରକାର ସନାତନ ବିରୋଧୀ : ସମୀର ମହାନ୍ତି

0
106

ଭୁବନେଶ୍ୱର,୦୭/୧୨/୨୦୨୩: ବିଶ୍ୱର ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ ଶ୍ରୀକ୍ଷେତ୍ର । ସେହି ଧାମର ଜଗତଗୁରୁ ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀମନ୍ଦିର ପରିଚାଳନା ଓ ନିତିକାନ୍ତିକୁ ନେଇ କ୍ଷୋଭ ପ୍ରକାଶ କରିବା ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅଣଦେଖା କରିବା ଅର୍ଥ ସନାତନ ସଂସ୍କୃତିକୁ ବିରୋଧ କରିବା । ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପରିଚାଳନା କାର୍ଯ୍ୟ ହୋଇଥାଏ ବୋଲି ପ୍ରାଚୀନ ସମୟରୁ ମାଦଳା ପାଞ୍ଜିରେ ଲିପିବଦ୍ଧ ଅଛି । ଏହାକୁ ମଧ୍ୟ ସୁପ୍ରିମକୋର୍ଟ ତର୍ଜମା କରି ସମ୍ମତି ପ୍ରଦାନ କରିଛନ୍ତି । କିନ୍ତୁ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କୁ ରାଜ୍ୟ ସରକାର ଅଣଦେଖା କରିବା ଅର୍ଥ ସନାତନ ସଂସ୍କୃତିକୁ ବିରୋଧ କରିବା ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି ଦୃଢ଼ ନିନ୍ଦା କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ପୁରୀର ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉନାହିଁ । କିନ୍ତୁ ସୌନ୍ଦର୍ଯ୍ୟ ନାଁରେ ପୁରୀ ଧାମର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନଷ୍ଟ ନକରି ରାଜ୍ୟ ସରକାର ତାହା ବଜାୟ ରଖନ୍ତୁ । ଶଙ୍କରାଚାର୍ଯ୍ୟ ଓ ଗଜପତି ଶ୍ରୀମନ୍ଦିରର ଅଂଶ ବିଶେଷ । ବିଶେଷ କରି ଶଙ୍କରାଚାର୍ଯ୍ୟଙ୍କ ଏଭଳି କ୍ଷୋଭ କେବଳ ସାଢ଼େ ଚାରିକୋଟି ଓଡ଼ିଶାବାସୀ ନୁହଁ ସମସ୍ତ ଦେଶର ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖ ଦେଇଛି । ଶଙ୍କରାଚାର୍ଯ୍ୟଙ୍କ ମତକୁ ସମ୍ମାନ ଦେଇ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here