ସାପ କାମୁଡ଼ାରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

0
171

ପୋଲସରା ୦୭/୧୨/୨୩ ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ଗ୍ରାମରେ ସାପ କାମୁଡ଼ାରେ ସପ୍ତମ ଶ୍ରେଣୀର ଜଣେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଣ୍ଡିରିପଡା ଗ୍ରାମର ପଞ୍ଚାନନ ଗୌଡ଼ଙ୍କ ପରିବାର ଗତ ରାତିରେ ଶୋଇଥିବା ବେଳେ ରାତି ପ୍ରାୟ ତିନିଟା ସମୟରେ ତାଙ୍କ ପୁତ୍ର ପବିତ୍ର ଗୌଡ଼ଙ୍କୁ ବିଷଧର ସାପ କାମୁଡ଼ି ଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପାଣ୍ଡିରିପଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପବିତ୍ର ଗୌଡ଼ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିବା ସହ ମେଡିକାଲରେ ଶବ ବ୍ୟବଚ୍ଛେଦ ହୋଇଥିଲା। ଅପରାହ୍ନ ସମୟରେ ପବିତ୍ରଙ୍କ ମର ଶରୀର ଗ୍ରାମରେ ପହଞ୍ଚିବାପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ ଓ ଗ୍ରାମବାସୀଙ୍କ ସହଯୋଗରେ ପବିତ୍ରଙ୍କ ଶବ ସଂସ୍କାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here