ନିର୍ବାଚନ ପରିଚାଳନା ପାଇଁ “ସାହୁ ବଦର୍ସ ଆଣ୍ଡ କୋ” ପାଖରେ ଗଚ୍ଛିତ ଥିବା ଟଙ୍କା ବିଜେଡିର ନୁହେଁ ତ?: ମନୋଜ ମହାପାତ୍ର। ବାର୍ଷିକ ୧୨୦ କୋଟି ଟଙ୍କାର କାରବାର କରୁଥିବା “ସାହୁ ବଦର୍ସ ଆଣ୍ଡ କୋ”ଙ୍କ ନିକଟକୁ ନଗଦ ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଲା କେଉଁଠୁ ?

0
103

ଭୁବନେଶ୍ୱର,୦୮/୧୨/୨୦୨୩: ଅଣଓଡିଆବ୍ୟବସାୟୀମାନେ ଓଡ଼ିଶାର ଖଣି, ଚିଟଫଣ୍ଡକୁ ଲୁଟ୍ କରିଥିଲେ କିନ୍ତୁ ଏବେ ଅଣଓଡିଆ ମଦବେପାରୀମାନେ ଓଡିଶାକୁ ଲୁଟ୍ କରୁଛନ୍ତି । ଗତ ୩ ଦିନ ହେଲାଣି ଜଣେ ଅଣଓଡିଆ ମଦ ବେପାରୀଙ୍କଠାରୁ ୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ୍ କରାଯାଇଛି ଏବଂ ଏହା ଆଜି ମଧ୍ୟ ଜାରୀ ରହିଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଏହି ଜବତ୍ ଟଙ୍କା କାହାର ? ଏତେ ଟଙ୍କା କେଉଁଠୁ ଆସିଲା ଓ ଗୋଟିଏ ଜାଗାରେ କିପରି ଠୁଳ ହେଲା? ବାର୍ଷିକ ୧୨୦ କୋଟି ଟଙ୍କାର କାରବାର କରୁଥିବା “ସାହୁ ବଦର୍ସ ଆଣ୍ଡ କୋ”ଙ୍କ ନିକଟକୁ ନଗଦ ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଲା କେଉଁଠୁ ? ଜବତ ହୋଇଥିବା ଏହି ଟଙ୍କା “ସାହୁ ବଦର୍ସ ଆଣ୍ଡ କୋ”ର ନିଜସ୍ୱ ନା ଆହୁ କାହାର କଳା ଟଙ୍କା ଏଥିରେ ସାମିଲ ଅଛି ? ଅତୀତରେ ସମଗ୍ର ରାଜ୍ୟରେ ଲୋକଙ୍କ ଆର୍ôଥକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା ଚିଟଫଣ୍ଡ୍ ଦୁର୍ନୀତି । ଆଜି ଦେଶୀ ମଦ ରାକେଟ ସମଗ୍ର ଉପାନ୍ତ ଅଂଚଳର ଗରିବ ଲୋକଙ୍କୁ ଶୋଷଣ କରି ସାମାଜିକ ଓ ଆର୍ôଥକ ମେରୁଦଣ୍ଡ ଭାଙ୍ଗିଦେଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଦାବୀ କରିଛନ୍ତି ।

ନିର୍ବାଚନବେଳେ ଭୋଟ ହାତେଇବା ପାଇଁ ବିଜୁ ଜନତା ଦଳ ଅଜସ୍ର ଅର୍ଥ ଖର୍ଚ୍ଚ କରେ ଏବଂ ମଦର ବନ୍ୟା ସୃଷ୍ଟି କରେ । ଗତ ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ତରବରିଆ ଭାବେ ସପ୍ଲିମେଂଟାରୀ ବଜେଟ୍ ଆଗତ କରିବା ସହ ତଥାକଥିତ ସିଏମ୍‌ଓ ସମସ୍ତ ଜିଲ୍ଲା ଭ୍ରମଣ କରି ବୈଠକ କରୁଥିଲେ । ଓଡ଼ିଶାରେ କମ୍ ଦିନ ଭିତରେ ବିଧାନସଭାକୁ ଭଙ୍ଗ କରି ଆଗୁଆ ବିଧାନସଭା ନିର୍ବାଚନ କରିବା ପାଇଁ ଶାସକ ଦଳ ଖସଡା ପ୍ରସ୍ତୁତ କରିଥିଲା । ଜବତ ଟଙ୍କା ମଧ୍ୟରେ ୫୦୦ଟଙ୍କା, ୨୦୦ଟଙ୍କା ଓ ୧୦୦ଟଙ୍କା ବାହାରୁଛି । ଯାହା ନିର୍ବାଚନ ସମୟରେ ବଂଟା ହେବା ପାଇଁ ରଖାଯାଇଥିଲା କି? ପ୍ରାପ୍ତ ସୁଚନା ଅନୁଯାୟୀ, “ସାହୁ ବଦର୍ସ ଆଣ୍ଡ କୋ” ସହ ବୌଦ୍ଧ, ସୋନପୁର, ଟିଟିଲାଗଡ, ରାୟଗଡାରୁ ଯେଉଁମାନେ ମନ୍ତ୍ରୀ ଅଛନ୍ତି ଏବଂ ବରଗଡର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି । ସେହିପରି ମଦ ବ୍ୟବସାୟୀଙ୍କ ସହ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟକ ଟୁକୁନି ସାହୁଙ୍କ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି । ବୌଦ୍ଧ ରାଇସ ମିଲ୍ ସହ “ସାହୁ ବଦର୍ସ ଆଣ୍ଡ କୋ”ର ସମ୍ପର୍କ କ’ଣ ରହିଛି? ଏପରିକି ଶାସକ ବିଜେଡିର ବହୁ ନେତା ଓ ମନ୍ତ୍ରୀଙ୍କ ସହ ମଧ୍ୟ ସଂପର୍କ ରହିଛି । ଆଗୁଆ ନିର୍ବାଚନ ପରିଚାଳନା ପାଇଁ “ସାହୁ ବଦର୍ସ ଆଣ୍ଡ କୋ” ପାଖରେ ବିଜୁ ଜନତା ଦଳ ଟଙ୍କା ରଖିଥିଲା କି? “ସାହୁ ବଦର୍ସ ଆଣ୍ଡ କୋ” ସହ ବିଜେଡିର କଣ ସଂପର୍କ ରହିଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
ପୂର୍ବରୁ ଓଡ଼ିଶାରେ ବ୍ରାଉନସୁଗାର, କ୍ରୋକେନ, ଗଞ୍ଜେଇ, ସାପ ଗରଳ ବେପାରର ପେଣ୍ଠସ୍ଥଳୀ ନବୀନ ଓଡ଼ିଶା । “ସାହୁ ବଦର୍ସ ଆଣ୍ଡ କୋ” ପାଖରେ ଏତେ ଟଙ୍କା କୁଆଡୁ ଆସିଲା ସେ ନେଇ ତଦନ୍ତ କରାଯାଉ । ମୁଖ୍ୟମନ୍ତ୍ରୀ ଯଦି ସ୍ୱଚ୍ଛତା କଥା କହୁଛନ୍ତି, ତେବେ ଏହା କଣ ଜନବିରୋଧୀ ନୁହେଁ କି ? ବିଜେଡି ନିଜର ସ୍ୱଚ୍ଛତା ଓ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ତଦନ୍ତ ଭାର ସିବିଆଇ ହାତରେ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here