ବ୍ଲକ ସ୍ତରୀୟ ମାଧ୍ୟମିକ ପ୍ରଧାନ ଶିକ୍ଷକମାନଙ୍କ ବୈଠକ

0
159

ବୁଗୁଡା ୯/୧୨/୨୩ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ସ୍ତରୀୟ ମାଧ୍ୟମିକ ପ୍ରଧାନ ଶିକ୍ଷକମାନଙ୍କ ମାସିକ ବୈଠକ ଡିସେମ୍ବର ୯ ତାରିଖ ଦିନ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଇଓ ଚିନ୍ମୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପରାମର୍ଶ ଦାତ୍ରୀ ଭାବେ ମୋ ସ୍କୁଲ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀଧାରା ମିଶ୍ର ଭୁବନେଶ୍ୱରରୁ ଆସି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ଏବିଇଓ ଅମିତ କୁମାରୀ ପାଢ଼ୀ, ତପସ୍ୱିନୀ ସାହୁ ଓ ଅବନୀ କୁମାର ପଟ୍ଟନାୟକ, ଓ ଏମଆଇଏସ ଏକଷ୍ଟେନସନ ଅଫିସର ବି.ଦୁର୍ଗା ପ୍ରସାଦ ଯୋଗଦେଇଥିଲେ। ପ୍ରୋଗ୍ରାମ ମ୍ୟାନେଜର ଶ୍ରୀଧାରା ମିଶ୍ର ଓ ବିଇଓ ଚିନ୍ମୟ ମହାପାତ୍ର ସ୍କୁଲ ପରିଚାଳନା, ସହକାରୀ ଶିକ୍ଷକଙ୍କ ଶିକ୍ଷାଦାନ ଅନୁଧ୍ୟାନ କରିବା, ବିଦ୍ୟାଳୟରେ ପରୀକ୍ଷା ଫଳ ଉତ୍ତମ ରହିବା ପାଇଁ ସୁନିଶ୍ଚିତ କରିବା, ପାଠାଗାର ଓ ବିଜ୍ଞାନାଗାର ବ୍ୟବହାର କରିବା ଏବଂ ଅନ୍ୟାନ୍ୟ ବିଷୟ ନେଇ ପ୍ରଧାନ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ଉପସ୍ଥିତ ପ୍ରଧାନ ଶିକ୍ଷକ ବୃନ୍ଦ ବିଦ୍ୟାଳୟର ଅଭାବ ଅସୁବିଧା ବିଷୟରେ କହିବା ସହ ଉତ୍ତମ ପରୀକ୍ଷା ଫଳ ବିଷୟ ନେଇ କିଛି ପ୍ରସ୍ତାବ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here