ନାଇନ ଷ୍ଟାର ୟୁଥ କ୍ଲବ ଆନୁକୂଲ୍ୟରେ ୩୫ ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
34

ରାଇରଙ୍ଗପୁର,୨୭/୦୧/୨୦୨୪: ରାଇରଙ୍ଗପୁର ବ୍ଲକ ବଡ଼ଗାଁ ପଂଚାୟତର ରଖାସାହି ଗ୍ରାମଠାରେ ନାଇନ ଷ୍ଟାର ୟୁଥ କ୍ଲବ ପକ୍ଷରୁ ୩୫ ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଛି।ଷ୍ଟାର ୟୁଥ କ୍ଲବ ଆନୁକୂଲ୍ୟରେ ନୃତ୍ୟଗୀତ, କ୍ରୀଡ଼ା କୌତୁକ, ବିରାଟ ଆଦିବାସୀ ନୃତ୍ୟ ସହ ସମ୍ପାଦନ ହୋଇ ଯାଇଛି।ଏଥିରେ ବାଳକ, ବାଳିକା ତଥା ବୟସ୍କଙ୍କ ପାଇଁ ବିଭିନ୍ନ ଖେଳ ଅନୁଷ୍ଠିତ ହେବା ସହ ମହିଳା ମାନଙ୍କ ହାଣ୍ଡିଫଟା ଖେଳ ସ୍ଥାନ ଅଧିକାର ବେଶ ଆକର୍ଷଣ ହୋଇଥିଲା।ସଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ନୃତ୍ୟ,ଡ୍ରାମା ଓ ବୁଢ଼ୀଗାଳି ଓ ଝରନାଟୋଲା ନାଚ ଅନୁଷ୍ଠିତ ହୋଇ ଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପିଦଳ ଏସଟି ମୋର୍ଚ୍ଚା ସେଲ ଶ୍ରୀଯୁକ୍ତ ରାମଚନ୍ଦ୍ର ହାଂସଦା ଯୋଗଦାନ କରି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସାଉନା ମାଝୀ ସମେତ ସମସ୍ତ ସଦସ୍ୟ କ୍ରୀଡ଼ା ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଖେଳ ତଥା ନୃତ୍ୟ ପ୍ରତିଯୋଗୀ ମାନଙ୍କୁ ଶେଷରେ ପୁରସ୍କାର ବଣ୍ଟନ କରିବା ସହିତ ପବିତ୍ର ଟୁସୁମେଳା ପାଇଁ ମଧ୍ୟ ଟୁସୁ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା।ଏହି କ୍ରୀଡା ପ୍ରତିଯୋଗିତାକୁ ସର୍ବଶ୍ରୀ ସନ୍ତୋଷ ମହାନ୍ତ, ଶିବ, ଲିଟୁ, ବଂଶୀ, ଉଆଁନ ଟୁ, ବିକି ଇତ୍ୟାଦି ପରିଚାଳନା କରିଥିଲେ।

ରିପୋର୍ଟ: ନିରୋଜ କୁମାର ସାହୁ,
ରାଇରଙ୍ଗପୁର

LEAVE A REPLY

Please enter your comment!
Please enter your name here