ରାଜ୍ୟସଭା ନିର୍ବାଚନ ପାଇଁ ପ୍ରେସ୍‌ ବିଜ୍ଞପ୍ତି ଜାରି

0
32

ଭୁବନେଶ୍ୱର,୩୦/୦୧/୨୦୨୪:
ଆସନ୍ତା ଅପ୍ରେଲ ମାସରେ ୧୫ଗୋଟି ରାଜ୍ୟର ୫୬ ଜଣ ରାଜ୍ୟସଭା ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ
ହେବ । ଏହା ପୂର୍ବରୁ ରାଜ୍ୟସଭାରେ ଖାଲି ହେବାକୁ ଥିବା ସଦସ୍ୟ ପଦଗୁଡ଼ିକୁ ପୂରଣ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟସଭାରେ ଥିବା ଓଡ଼ିଶାର ସଦସ୍ୟମାନଙ୍କ ମଧ୍ୟରୁ
ତିନିଜଣ ସଦସ୍ୟଙ୍କର ଅପ୍ରେଲ ମାସ ୩ ତାରିଖରେ କାର୍ଯ୍ୟକାଳ ଶେଷ ହେବ ।ନିର୍ବାଚନ ଆୟୋଗଙ୍କ ପ୍ରେସ୍ ବିଜ୍ଞପ୍ତି ଅନୁସାରେ ୨୦୨୪ ଫେବୃଆରୀ ୮ ତାରିଖ (ଗୁରୁବାର)
ନୋଟିଫିକେସନ୍ ଜାରି, ୨୦୨୪ ଫେବୃଆରୀ ୧୫ ତାରିଖ (ଗୁରୁବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ,୨୦୨୪ ଫେବୃଆରୀ ୧୬ ତାରିଖ (ଶୁକ୍ରବାର) ନାମାଙ୍କନ ପତ୍ର ଯାଞ୍ଚ, ୨୦୨୪ ଫେବୃଆରୀ ୨୦ ତାରିଖ(ବୁଧବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ୨୦୨୪ ଫେବୃଆରୀ ୨୭ ତାରିଖ (ବୁଧବାର) ମତଦାନ
ଦିବସ ସକାଳ ୯ ଘଟିକାଠାରୁ ଅପରାହ୍ଣ ୪ ଘଟିକା ପର୍ଯ୍ୟନ୍ତ ଏବଂ ସେହିଦିନ ଅପରାହ୍ନ ୫ ଘଟିକା ସମୟରେ ଭୋଟ ଗଣତି କରାଯିବ ବୋଲି ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ । ୨୦୨୪ ଫେବୃଆରୀ ୨୯ ତାରିଖ (ଗୁରୁବାର) ସୁଦ୍ଧା ରାଜ୍ୟସଭା ନିର୍ବାଚନ ସଂପର୍କିତ ସମସ୍ତ ପ୍ରକ୍ରିୟା ଶେଷ ହେବ ।
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନବେଳେ ରିଟଣ୍ଡିଂ ଅଧିକାରୀଙ୍କ ଦ୍ଵାରା ପ୍ରଦାନ
କରାଯାଇଥିବା ବାଇଗଣି ରଙ୍ଗର ସ୍କେଚ୍ ପେନ୍ ଦ୍ଵାରା ବାଲାଟ ପେପରରେ ଥିବା ପ୍ରାର୍ଥୀଙ୍କୁ ଚିହ୍ନଟ କରାଯିବ । ଏକ୍ଷେତ୍ରରେ ଅନ୍ୟ କୌଣସି ପେନ୍ ବ୍ୟବହାର ହେବ ନାହିଁ । ରାଜ୍ୟସଭା ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବା ସହ ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here