ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ “ନୂଆ – ଓ” କାର୍ଯ୍ୟକ୍ରମ ଅନୁଷ୍ଠିତ

0
34

ବ୍ରହ୍ମପୁର,୩୦/୦୧/୨୦୨୪:ଓଡ଼ିଶା ସରକାରଙ୍କ “ନୂଆ – ଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ନିମନ୍ତେ ନିଆଯାଇଥିବା ଦକ୍ଷିଣ ଓଡ଼ିଶାର ଭାଷା , ଇତିହାସ ଏବଂ ସଂସ୍କୃତି ସମ୍ବଳିତ ଆନ୍ତର୍ଜାତିକ ସ୍ତରର ବୌଦ୍ଧିକ ଆଲୋଚନା ରେ ଆଜି ପ୍ରଫେସର ଅଶୋକ କୁମାର ପଟ୍ଟନାୟକ , ପ୍ରଫେସର ବସନ୍ତ କୁମାର ମଲ୍ଲିକ , ପ୍ରଫେସର ସୁବ୍ରତ ଆଚାର୍ଯ୍ୟ , ପ୍ରଫେସର ମନ୍ମଥ କୁମାର ପାଢ଼ୀ , ଶ୍ରୀଯୁକ୍ତ ପ୍ରଦୀପ ରଥ , ଙ୍କ ପରି ଓଡ଼ିଶାର ଅନେକ ବିଶିଷ୍ଟ ଐତିହାସିକ ଗଣ ଅତିଥି ଆଲୋଚକ ଭାବେ ଅଂଶ ଗ୍ରହଣ କରିଥିଲେ ।ମଞ୍ଚରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଉପସ୍ଥିତ ଥିଲେ । ଆଲୋଚକ ଭାବେ ପ୍ରଫେସର ଅଶୋକ ପଟ୍ଟନାୟକ ସ୍ଵାଧୀନ ଭାରତ ନିର୍ମାଣ ରେ ଓଡ଼ିଶା ର ଅବଦାନ ସହିତ ଭାଷା ଭିତ୍ତିକ ଓଡ଼ିଶା ଗଠନ ରେ ଦକ୍ଷିଣ ଓଡ଼ିଶା ର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରଫେସର ବସନ୍ତ କୁମାର ମଲ୍ଲିକ ଓଡ଼ିଶାର ଭାଷା ସାହିତ୍ୟ ସହିତ ଓଡ଼ିଶା ର ପ୍ରାଚୀନ ନIମକରଣ ଏବଂ ଏହାର ସମୟସୀମା ସଂପର୍କରେ ମତବ୍ୟକ୍ତ କରିଥିଲେ । ସେହିପରି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଦକ୍ଷିଣ ଓଡ଼ିଶା ର ନଦ ନଦୀ କୂଳରେ ଅନାଲୋଚିତ ଏବଂ ଲୁକ୍କାୟିତ ସଂସ୍କୃତି ସଂପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ଐତିହାସିକ ପ୍ରଫେସର ମନ୍ମଥ ପାଢ଼ୀ ଓଡ଼ିଶାର ଦକ୍ଷିଣ ଭାଗରେ ଦେଖା ଦେଇଥିବା ଶ୍ରୀ ଜଗନ୍ନାଥ ଚେତନା ଏବଂ ସଂସ୍କୃତି ସଂପର୍କରେ ମତ ରଖିଥିଲେ । ଶ୍ରୀଯୁକ୍ତ ପ୍ରଦୀପ ରଥ ଓଡ଼ିଆ ଭାଷା ସଂସ୍କୃତି ସହିତ ଭାରତ ତଥା ପାଶ୍ଚାତ୍ୟ ଦେଶ ର ଭାଷା ସଂସ୍କୃତି ର ଏକ ସୁନ୍ଦର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ସଭାଟିକୁ ସଂଯୋଜକ ଭାବେ ଇତିହାସ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ସଦାନନ୍ଦ ନାୟକ ପରିଚାଳନା କରିଥିଲେ । ବୌଦ୍ଧିକ ଆଲୋଚନା ର କାର୍ଯ୍ୟକ୍ରମ ର ପରିସମIପ୍ତି ପରେ ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହିତ ଓଡ଼ିଶାର ଦକ୍ଷିଣ ଭାଗରୁ ଆସିଥିବା ପାଲା , କଣ୍ଢେଇ ନାଟ , ଢ଼େମସା , ପଶୁମୁଖI ନୃତ୍ୟ , ଭାରତ ଲୀଳା , ସଉରା ନୃତ୍ୟ କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ଲୋକ କଳାର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଟିରେ କୁଳସଚିବ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଏବଂ ବିଶ୍ୱବିଦ୍ୟାଳୟର ଅନେକ ଶିକ୍ଷକ ଅଣ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଭରପୁର ଥିଲେ ।

LEAVE A REPLY

Please enter your comment!
Please enter your name here