ଓଡିଶା ଆଇ ଟି ଆଇ ପ୍ରଶିକ୍ଷକ ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର

0
30

ଭୂବନେଶ୍ୱର,୧୬/୦୨/୨୦୨୪:
ଓଡ଼ିଶା ଆଇ ଟି ଆଇ ପ୍ରଶିକ୍ଷକ ସଂଘର ୨୦୧୨ ମସିହା ଠାରୁ ବହୁ ପ୍ରତୀକ୍ଷିତ ପୃଥକ ପାହ୍ୟା (Separate Cadre)ଦାବି ଆଜି ରାଜ୍ୟ ସରକାର କ୍ୟାବିନେଟ୍ ରେ ଅନୁମୋଦନ କରିଛନ୍ତି । କ୍ୟାବିନେଟ୍ ଘୋଷଣା ପ୍ରକାଶ ପାଇବା ପରେ ଓଡିଶା ଆଇ ଟି ଆଇ ପ୍ରଶିକ୍ଷକ ସଂଘର ପ୍ରତ୍ୟେକ ସଦସ୍ୟ ସଦସ୍ୟା ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସମଗ୍ର ରାଜ୍ୟର ପ୍ରଶିକ୍ଷକ ମାନେ ଆଜିର ଦିନଟିକୁ ଐତିହାସିକ ଓ ସ୍ମରଣୀୟ ଦିବସ ବୋଲି ବିବେଚନା କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହାକୁ ସାକାର କରିବାରେ ପ୍ରମୁଖ ବିନ୍ଧାଣୀ ଭୂମିକା ଗ୍ରହଣ କରିଥିବା 5-T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ, ଆଇ ଟି ଆଇ ପ୍ରଶିକ୍ଷକ ସଂଘର ମାର୍ଗଦର୍ଶକ ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ, ମୁଖ୍ୟ ଶାସନ
ସଚିବ ଶ୍ରୀ ପ୍ରଦୀପ କୁମାର ଜେନା,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଗଙ୍ଗାଧର ସାହୁ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ
ବିଶାଲ ଦେବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଲାଲା ମନୋଜ ରାୟ, ଶ୍ରୀ ରବିନ୍ଦ୍ର ସେଠି, ଶ୍ରୀ ଆଦିତ୍ୟ ମହାପାତ୍ର ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଐତିହାସିକ ମୁହୂର୍ଭର ଶ୍ରେୟ ଆଇ ଟି ଆଇ ସ୍ତରର ପ୍ରତ୍ୟେକ ପ୍ରଶିକ୍ଷକ ମାନଙ୍କ କଠିନ ପରିଶ୍ରମ ଓ ଧୈର୍ଯ୍ୟ ଦ୍ବାରା
ସମ୍ଭବ ହେଲା ବୋଲି ସଂଘର ଉପଦେଷ୍ଟା ଶ୍ରୀ ପ୍ରଭାତ ମହାନ୍ତି, ସଭାପତି ଶ୍ରୀ କାନ୍ତିରଞ୍ଜନ ସାହୁ ଓ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ମଲ୍ଲ ପ୍ରକାଶ କରିଛନ୍ତି । ସଂଘର ଅନ୍ୟାନ୍ୟ ଦାବି ଗୁଡିକ ଖୁବଶୀଘ୍ର ରାଜ୍ୟ ସରକାର ପୂରଣ କରିବେ ବୋଲି ଶ୍ରୀ ମଲ୍ଲ ଆଶାବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here