ଭୂବନେଶ୍ୱର,୨୯/୦୨/୨୦୨୪:
ମାର୍ଚ୍ଚ ୫ ତାରିଖରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଣ୍ଡିଖୋଲ ଠାରେ ସାଧାରଣ ସଭା ଯୋଗ ଦେବେ ବୋଲି ଜଣାପଡିଛି । କିଛି ଦିନର ବ୍ୟବଧାନ ପରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଓଡିଶା ଆସୁଥିବା ନେଇ ରାଜ୍ୟ ବିଜେପି ନିର୍ବାଚନ ସହ- ପ୍ରଭାରୀ ଲତା ଉସେଣ୍ଡି ସୁଚନା ଦେଇଛନ୍ତି । ଏହି ଗସ୍ତ ଅବସରରେ ମୋଦୀ ଚଣ୍ଡିଖୋଲରେ ଏକ ସାଧାରଣ ସଭା କରିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କର ଗସ୍ତର କାର୍ଯ୍ୟସୂଚୀ ପ୍ରସ୍ତୁତ ହେଇନାହିଁ ବୋଲି ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି। ତେବେ ଏହା ପୂର୍ବରୁ ଫେବ୍ରୁଆରୀ ୩ ତାରିଖରେ ଓଡିଶା ଆସିଥିଲେ ମୋଦୀ । ସେତେବେଳେ ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର ଆଇଆଇଏମ୍ ସ୍ଥାୟୀର କ୍ୟାମ୍ପସର ଲୋକାର୍ପଣ ସହ ୬୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆଉ ଏହାର ପ୍ରାୟ ଏକ ମାସ ପରେ ପୁଣିଥରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଆସୁଥିବା ହେତୁ ରାଜ୍ୟ ବିଜେପି ଶିବିର ରେ ଉତ୍ସାହ ଦେଖାଯାଇଛି ।