ବୁଗୁଡା ୪/୩/୨୪ ବୁଗୁଡା ବ୍ଲକ ଅନ୍ତର୍ଗତ ଭାବସର ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କରଚୁଲି କ୍ଲଷ୍ଟର ସିଆରସିସି ପ୍ରଫୁଲ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି ପ୍ରସନ୍ନ କୁମାର ପୋଲାଇ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଦ୍ବୟ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ପାର୍ଥ ସାରଥୀ ପ୍ରଧାନ, ଶିକ୍ଷୟିତ୍ରୀ ରଶ୍ମିତା ରଣା ଓ ସୁମନ ଅର୍ପିତା ରଥ ବାର୍ଷିକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ପାର୍ଥ ସାରଥୀ ଧନ୍ୟବାଦ ଅର୍ପଣ କରିଥିଲେ।