ରାଜ୍ୟ କାର୍ଯ୍ୟାଳୟରେ ପ୍ରବାସୀ ଯୁବ ଓଡ଼ିଆ ସମ୍ମିଳନୀ।ଓଡିଶାରେ “ଡବଲ ଇଞ୍ଜିନ ସରକାର” ଗଠନ ପାଇଁ ସଂକଳ୍ପ ନେଲେ ପ୍ରବାସୀ ଯୁବ ଓଡ଼ିଆ: ବିଜେପି

0
18

ଭୁବନେଶ୍ୱର, ୨୩/୦୩/୨୦୨୪: ବିଜୁ ଜନତା ଦଳ ସରକାର ଓଡ଼ିଶାରେ ୨୪ବର୍ଷ ଶାସନରେ ରହି ମଧ୍ୟ ଓଡ଼ିଶାର ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ମୋଦି ସରକାରଙ୍କ ଗ୍ୟାରେଂଟି ମାଧ୍ୟମରେ ଅନ୍ୟ ରାଜ୍ୟର ଯୁବକ, ଯୁବତୀମାନେ ବିକାଶର ସୁସ୍ୱାଦୁ ଚାଖୁଥିବାବେଳେ ଓଡ଼ିଆ ଏଥିରୁ ବଂଚିତ ହେଉଛି । ଓଡ଼ିଶାରେ ଆଇଟି ତଥା ପ୍ରଯୁକ୍ତି ବିଜ୍ଞାନ ପାଇଁ ଅପାର ସମ୍ଭାବନା ଓ ସୁଯୋଗ ଥିବାବେଳେ ନବୀନ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଏବଂ ଅଣଓଡ଼ିଆ ପ୍ରୀତି ଯୋଗୁଁ ସାଧାରଣ ଓଡ଼ିଆ ଯୁବକଙ୍କ ନିଯୁକ୍ତି ସୁଯୋଗରୁ ବଂଚିତ ହେଉଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଶାସନକୁ ଆସିବା ପରେ ଆଇଟି ତଥା ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଭାରତବର୍ଷରେ ଏକ ବୈପ୍ଳବିକ ପରିବର୍ତନ ଆସିଛି । ମୋଦିଜୀ ଆଣିଥିବା ‘ଡିଜିଟାଲ କ୍ରାନ୍ତି’ ଜରିଆରେ ଦେଶବାସୀ ଏବଂ ବିଶେଷ ଭାବେ ଯୁବବର୍ଗଙ୍କ ମଧ୍ୟରେ ଶାନ୍ତି ଆଣିଦେଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସ୍ୱାକ୍ଷରତା ଅଭିଯାନ, ଡିଜିଟାଲ ଇଣ୍ଡିଆ ପାଇଁ ଦକ୍ଷତା ବିକାଶ ଯୋଜନା ଜରିଆରେ ଛାତ୍ରଛାତ୍ରୀ ତଥା ଯୁବବର୍ଗ ଲାଭାନ୍ୱିତ ହେଉଛନ୍ତି । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ଗଠନ ହେଲେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଅଗ୍ରାଧିକାର ଦିଆଯିବ । ଏଣୁ ଆଗାମୀ ଦିନରେ ଓଡ଼ିଆଯୁବ ନିଜ ବୃଦ୍ଧ ମାତା ପିତା ତଥା ନିଜ ପରିବାର ଜନଙ୍କୁ ଛାଡି ଅନ୍ୟ ରାଜ୍ୟକୁ ନିଯୁକ୍ତି ପାଇଁ ଯିବେ ନାହିଁ ଏହାହିଁ “ମୋଦି ଗ୍ୟାରେଂଟି” । ଅଦ୍ୟାବଧି ମୋଦିଜୀଙ୍କ ନେତୃତ୍ୱରେ ଓଡ଼ିଶାକୁ ଯେତିକି ଆଇଟି କମ୍ପାନୀ ଆସିଛନ୍ତି ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ହେଲେ ଏହା ଦିଗୁଣିତ ହେବ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ପ୍ରବାସୀ ଯୁବ ଓଡ଼ିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପ୍ରବାସୀ ଯୁବ ଓଡ଼ିଆ ଓଡିଶାରେ “ଡବଲ ଇଞ୍ଜିନ ସରକାର” ଗଠନ ପାଇଁ ସଂକଳ୍ପ ନେଇଛନ୍ତି ।
ଏହି ସମ୍ମିଳନୀରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ପ୍ରବାସୀ ଓଡ଼ିଆ ସଂଯୋଜକ ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here