ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : ଯକ୍ଷ୍ମା ନିୟନ୍ତ୍ରଣରେ ସଫଳତା ।

0
14

ବୁଗୁଡା ୨୩/୩/୨୪ ବର୍ଲିନର ଡାକ୍ତର ରବର୍ଟ କୋଚ୍ ୧୮୮୨ ମସିହା ମାର୍ଚ୍ଚ ୨୪ ଦିନ ଯକ୍ଷ୍ମା ପାଇଁ ଦାୟୀ ବ୍ୟାକ୍ଟେରିଆ ଚିହ୍ନଟ କରିଥିଲେ। ସେହି ଦିନଟିକୁ ସ୍ମରଣ ରଖିବା ଓ ଜନସଚେତନତା ଓଆଇ ଏହି ବିଶ୍ୱ ଯକ୍ଷ୍ମା ଦିବସ ପାଳନ ହୋଇଥାଏ। ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୁଥିବା ଯକ୍ଷ୍ମାରୋଗକୁ ସମୂଳେ ନିପାତ ପାଇଁ ସାରା ବିଶ୍ୱରେ ତପ୍ତରତା ଦେଖା ଦେଇଛି। ଆମ ଦେଶର ରାଜ୍ୟ ଓ କେନ୍ଦ୍ର ସରକାର ଯକ୍ଷ୍ମା ମୂଳପୋଛ ପାଇଁ ସ୍ୱାସ୍ଥ୍ୟ ବିଭାଗ, ପଞ୍ଚାୟତରାଜ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଜିଲ୍ଲା ପ୍ରଶାସନ ପ୍ରଭୃତିଙ୍କ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ବାଲିପଦର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଆନ୍ତରିକ ଉଦ୍ୟମ ଯୋଗୁ ବୁଗୁଡ଼ାରେ ଯକ୍ଷ୍ମାରୋଗ ବହୁ କମ ହୋଇପାରିଛି। ୨୦୨୨ ରେ ୨୧୫ ଜଣ, ୨୦୨୩ ରେ ୨୪୪ ଜଣ ଓ ୨୦୨୪ ରେ ୫୪ ଜଣଙ୍କୁ ଯକ୍ଷ୍ମା ପାଇଁ ଚିହ୍ନଟ କରାଯାଇଥିବା ବେଳେ ୩୨୯ ଜଣ ଯକ୍ଷ୍ମାରୋଗୀ ସମ୍ପୂର୍ଣ୍ଣ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୮ ଜଣଙ୍କ ଯକ୍ଷ୍ମା ଓ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ଘଟିଛି। ବର୍ତ୍ତମାନ ୧୩୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସାଧୀନ ୧୩୪ ରୋଗୀଙ୍କ ମଧ୍ୟରୁ ୨ ଜଣ ଏମଡିଆର ଟିବି ରୋଗୀ ହୋଇଥିବା ବେଳେ ୧୩୨ ଜଣ ଡିଏସ ଟିବି ରୋଗୀ ଅଟନ୍ତି। ଏହି ଚିକିତ୍ସାଧୀନ ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ପ୍ରଦାନ ସହ ୬ ମାସ ପାଇଁ ପୃଷ୍ଟିକର ଖାଦ୍ୟପେୟ ପାଇଁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଗୋଷ୍ଠୀ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ଯକ୍ଷ୍ମା ରୋଗର ନିପାତ ପାଇଁ ବିପିଏମ ବିଶ୍ଵଜିତ ପ୍ରଧାନ ଓ ଟିବି ବିଭାଗ ସୁପ୍ରଭାଇଜର ଗଣେଶ କୁମାର ଖଣ୍ଡିଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କର୍ମୀ ବୃନ୍ଦଙ୍କ ଚେଷ୍ଟା ଜାରିରହିଛି।

LEAVE A REPLY

Please enter your comment!
Please enter your name here