ପିପିଟି ୪ର୍ଥ ବାର୍ଷିକୋତ୍ସବରେ କବିତା ପାଠୋତ୍ସବ ଓ ପିପିଟି ସମ୍ମାନ ପ୍ରଦାନ

0
29

ବ୍ରହ୍ମପୁର,୨୫/୦୩/୨୦୨୪: ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି)ର ୪ର୍ଥ ବାର୍ଷିକୋତ୍ସବ ରବିବାର ଦିନ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।କବିତା ପାଠୋତ୍ସବ ର ଅତିଥି ଭାବରେ ଡ.ସଞ୍ଜୟ କୁମାର ପଣ୍ଡା,ଓଡ଼ିଆ ବିଭାଗ ମୁଖ୍ଯ, ଚିକିଟି ମହାବିଦ୍ୟାଳୟ,ଡ.ଲକ୍ଷ୍ମୀ ନାରାୟଣ ଦାଶ,ସଂପାଦକ, ତ୍ରିଧାରା ସାହିତ୍ୟ ସଂସଦ ଅତିଥି ଭାବରେ ଯୋଗ ଯୋଗ ଦେଇଥିବା ବେଳେ ଡ.ସୋନାଲୀ ସାହୁ,ଇଂରେଜୀ ଅଧ୍ଯାପିକା,ଜ୍ଞାନ ବିକାଶ ଓ ଜୋତ୍ସନା କୁମାରୀ ପ୍ରଧାନ, ଓଡ଼ିଆ ଅଧ୍ୟାପିକା, ଗୋପାଳକୃଷ୍ଣ ମହାବିଦ୍ୟାଳୟ ସୁବଳୟା ସଂଯୋଜିକା ଭାବରେ କବିତା ପାଠୋତ୍ସବ ପରିଚାଳନା କରିଥିଲେ। ବିଘ୍ନେଶ୍ୱର ସାହୁ, ଉପ ସଭାପତି, ପିପିଟି ସଭା ପରିଚାଳନା କରିଥିଲେ। ୩୦ ଜଣ କବି ଓ କବିୟତ୍ରୀ କବିତା ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ବାର୍ଷିକୋତ୍ସବରେ ଦେବସ୍ମିତା ମହାନ୍ତି ସଭାପତିତ୍ବ କରିଥିବାବେଳେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ସୁରେନ୍ଦ୍ରନାଥ ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ଓଡିଆ ଅଧ୍ଯାପକ ଡ.ଅଶୋକ କୁମାର ପଣ୍ଡା ଯୋଗ ଦେଇଥିବାବେଳେ ପିପିଟି ଉପସଭାପତି ବିଘ୍ନେଶ୍ୱର ସାହୁ ସଭା କାର୍ଯ୍ଯ ପରିଚାଳନା କରିଥିଲେ। ପିପିଟି ସଂପାଦକ ସମରଜିତ୍ ମହାନ୍ତି ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ। ଶ୍ରେଷ୍ଠ ସାମ୍ବାଦିକ ଭାବେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକଙ୍କୁ ମାନ ପତ୍ର, ଉପଢୌକନ ଓ ୫ ହଜାର ଟଙ୍କାର ଅର୍ଥ ରାଶି ସହିତ ସମ୍ମାନିତ କରାଯାଇଥିଲା। ଡ.ସୁରେନ୍ଦ୍ରନାଥ ସାହୁଙ୍କୁ ପିପିଟି ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯିବ ସହିତ ପିପିଟି ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ୩୦ ଜଣ କବି ଓ କବୟତ୍ରୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଷିକୋତ୍ସବ ପରିଚାଳନାରେ ସାମ୍ବାଦିକ ସପ୍ନେଶ୍ବର ପାଣିଗ୍ରାହୀ,ଏସ୍.ବିଜୟ ଲକ୍ଷ୍ମୀ ,ସାମ୍ବାଦିକ ଉମାଚରଣ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here