ହୋଲି ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

0
16

ବ୍ରହ୍ମପୁର,୨୫/୦୩/୨୦୨୪:ସ୍ଥାନୀୟ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହୋଲିରେ କୁତ୍ରିମ ରଙ୍ଗ ଜନ୍ୟ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ରୁତୁ ଶ୍ରେଷ୍ଠ ବସନ୍ତ ସମସ୍ତଙ୍କ ପାଇଁ ଖୁସୀର ମଳୟ ନେଇ ଆସିଛି।ନବ ବର୍ଷ ଆରମ୍ଭରେ ରଙ୍ଗିନ ଜୀବନ କାମନା କରି ଅଭିନନ୍ଦନ ଜଣାଇବା ପାଇଁ ଅବିରକୁ ପ୍ରତୀକ ରୂପେ ପରସ୍ପରକୁ ଲଗାଉ ଯାହାକି ପୂର୍ବ ଦିନ ରାଧାକୃଷ୍ଣଙ୍କୁ ଅର୍ପଣ ହୋଇଥାଏ।ପ୍ରାକୃତିକ ରଙ୍ଗ ରଙ୍ଗିନ ମାଟି,ହଳଦୀ,ଚନ୍ଦନ, ପତ୍ର,ପୁଷ୍ପରୁ ପ୍ରସ୍ତୁତ ହୁଏ। ଏହାଦ୍ୱାରା ଏହି ରୁତୁରେ ହେଉଥିବା ଭୁତାଣୁ ଜନିତ ମିଳିମିଳା ପରି ରୋଗ ଭଲ ହୁଏ।ହୋଲି ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ ତେଲ, ଗାଈ ଘିଅ ଲଗାନ୍ତୁ, ମାସ୍କ, ଚଷମା ଓ ଟୋପି ବ୍ୟବହାର କରନ୍ତୁ। ଆଜିକାଲି ରାସାୟନିକ ସୀସା,ସଲଫର, ଫସଫେଟ୍, ଆଲୁମିନିୟମ, ପୋଡ଼ା ଇଞ୍ଜିନ ତେଲ ଆଦି ମିଶ୍ରିତ ବ୍ୟବହାର ଦ୍ଵାରା ବିଭିନ୍ନ ଚର୍ମରୋଗ, ଚକ୍ଷୁରେ ପଡିଲେ ଦୃଷ୍ଟି ଶକ୍ତି ନାଶ ହେବା ଭୟ ରହେ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ,ସ୍ତ୍ରୀ ରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ। ଡି. ଶ୍ରୀନିବାସ
ଶିବିରର ପରିଚାଳନାରେ ସହଯୋଗ କରିଥିଲେ।ଉଲ୍ଲେଖଯୋଗ୍ୟ ଯେ, ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ, ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here