ଟିପିଏସ୍‌ଓଡିଏଲ୍‌ର ଅତ୍ୟାଧୁନିକ ଟେକ୍ନୋଲୋଜି ଲ୍ୟାବ୍ ଉଦଘାଟିତ

0
14

ବ୍ରହ୍ମପୁର,୨୭/୦୩/୨୦୨୪: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଏସ୍‌ଓଡିଏଲ୍‌(ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ୍‌) ବ୍ରହ୍ମପୁର ନିକଟସ୍ଥ ଆମ୍ବଗଡ଼ଠାରେ ଏହାର ଅତ୍ୟାଧୁନିକ ଟେକ୍ନୋଲୋଜି ଲ୍ୟାବ୍ ଆରମ୍ଭ କରିଛି । ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ ଏବଂ ଟିପିଡବ୍ଳ୍ୟୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗଜାନନ କାଲେ ଓ ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ ଟେକ୍ନୋଲୋଜି ବିମାନ କୁମାର ଘୋଷଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ଉପସ୍ଥିତିରେ ଏହି ଲ୍ୟାବ୍‌ର ଉଦଘାଟନ ହୋଇଛି ।

ନବଉନ୍ମେଷ ଦିଗରେ କମ୍ପାନୀର ଯାତ୍ରାରେ ଏହା ଏକ ମାଇଲଖୁଣ୍ଟ ବୋଲି ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ କହିଛନ୍ତି । ଏହି ପଦକ୍ଷେପର ଗୁରୁତ୍ୱ ସମ୍ପର୍କରେ ସେ କହିଛନ୍ତି, “ ଆମ୍ବଗଡ଼ଠାରେ ଉଦଘାଟନ ହୋଇଥିବା ଆମର ଟେକ୍ନୋଲୋଜି ଲ୍ୟାବ୍ ବୈଷୟିକ ଉନ୍ନତି ଏବଂ ତ୍ୱରିତ ସମାଧାନ ଦିଗରେ ଆମର ପ୍ରତିବଦ୍ଧତାକୁ ସୂଚାଏ । ଆମର ଅଂଶୀଦାରମାନଙ୍କୁ ଉନ୍ନତ ସେବା ଯୋଗାଇବା ସହ କମ୍ପାନୀର ଅପରେସନାଲ ସାମର୍ଥ୍ୟକୁ ବଢାଇବାରେ ଏହା ସହାୟକ ହେବ । ସୁଦୃଢ ଶକ୍ତି ଶିଳ୍ପ ଗଠନରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ଗବେଷଣା ଓ ପରୀକ୍ଷଣ ସକାଶେ ଏହି ଲ୍ୟାବ କାମ କରିବ ।”

ଏହି ଟେକ୍ନୋଲୋଜି ଲ୍ୟାବ୍‌ରେ ଆର୍‌ଟିୟୁ ସିମୁଲେସନ, ଆନାଲାଇଜର୍ ଟେଷ୍ଟ ବେଞ୍ଚ୍‌, ଡିସି ଭୋଲ୍ଟେଜ୍ କରଣ୍ଟ ବାଲାନ୍ସିଂ ଷ୍ଟାବିଲାଇଜର ଏବଂ ଆଭ୍ୟନ୍ତରୀଣ ଏଫ୍‌ଆର୍‌ଟିୟୁ ଓ ଆର୍‌ଟିୟୁ ସିଷ୍ଟମ ଭଳି ବିଭିନ୍ନ ସୁବିଧା ରହିଛି । ବିଶ୍ୱସନୀୟତା ଓ ନିରନ୍ତର ପ୍ରଗତିର ପ୍ରତିଶ୍ରୁତି ବହନ କରୁଥିବା ଏହି ଅତ୍ୟାଧୁନିକ ସାଧନଗୁଡିକ ସୃଜନଶୀଳତାକୁ ବିକଶିତ କରିବା ସହ ଶକ୍ତି ଶିଳ୍ପରେ ଏକ ବିପ୍ଳବ ଆଣିପାରିବ । ପାରସ୍ପରିକ ସହଯୋଗିତାକୁ ପ୍ରୋତ୍ସାହନ ଦେବା ସହ ବୈଷୟିକ ଉଦ୍ଭାବନ କ୍ଷେତ୍ରରେ ଟିପିଏସ୍‌ଓଡିଏଲ୍‌କୁ ଆଗକୁ ବଢିବାରେ ଏହା ସାହାଯ୍ୟ କରିବ ।

ଏହି ପଦକ୍ଷେପ ବୈଷୟିକ ଉଦ୍ଭାବନରେ ଅଗ୍ରଣୀ ହେବା ପାଇଁ ଟିପିଏସ୍‌ଓଡିଏଲ୍‌ର ପ୍ରତିବଦ୍ଧତାକୁ ଦର୍ଶାଏ । ଯାହା ଫଳରେ ଅଂଶୀଦାରମାନେ ଲାଭାନ୍ୱିତ ହେବା ସହ ଉତ୍ତମ ସେବା ପ୍ରଦାନ ସୁନିଶ୍ଚିତ ହୋଇପାରିବ ।

LEAVE A REPLY

Please enter your comment!
Please enter your name here