ବିଶ୍ୱ ନାଟ୍ୟ ଦିବସ ଅବସରରେ ନାଟକ”ଉଦଘାଟନ” ମଞ୍ଚସ୍ଥ

0
49

ବ୍ରହ୍ମପୁର,୨୮/୦୩/୨୦୨୪: ଆଜି ମଣିଷ ଗୋଟିଏ ପଟେ ଶିକ୍ଷା , ସଂସ୍କୃତି ଓ ବିଜ୍ଞାନ କ୍ଷେତ୍ରରେ ଉପରକୁ ଉପରକୁ ଉଠୁଥିବା ବେଳେ ଅନ୍ୟ ପାଖରେ ସ୍ୱାର୍ଥ କେନ୍ଦ୍ରିକ ଓ ଅର୍ଥ ଲୋଭି ହୋଇ ତଳକୁ ତଳକୁ ଚାଲି ଯାଉଛି l ଏଠି ତେଲିଆ ମୁଣ୍ଡରେ ତେଲ, ଖଟିଖିଆ ମଜୁରିଆ କଥା ବୁଝୁଛି କିଏ ? ମଣିଷ ଏତେ ତଳକୁ ଖସି ଗଲାଣି ଯେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମରେ ସାଧାରଣ ଖଟିଖିଆ କଳାକାରଟିର ଜୀବନ ନେବାକୁ ମଧ୍ୟ ପଛାଏ ନାହିଁ l ଏମିତି କିଛି ଘଟଣାବଳୀକୁ ନେଇ ବିଶ୍ୱ ନାଟ୍ୟ ଦିବସ ଅବସରରେ ବ୍ରହ୍ମପୁର କଳାକାର ଏକତା ମଞ୍ଚ ତରଫରୁ ଉତ୍କଳ ଆଶ୍ରମ ମୁକ୍ତ ମଞ୍ଚରେ ମଞ୍ଚସ୍ଥ ହୋଇଛି ନାଟକ”ଉଦଘାଟନ” । ଡ଼. ମିହୀର କୁମାର ତ୍ରିପାଠୀଙ୍କ ରଚିତ ଓ ଏନ. ରାମବାବୁଙ୍କ ନିର୍ଦ୍ଦର୍ଶିତ ଏହି ନାଟକ ଉପସ୍ଥିତ ନାଟ୍ୟ ଓ କଳାପ୍ରେମୀଙ୍କ ମନ ମୋହିଥିଲା । ନାଟକରେ ମୁକୁନ୍ଦ ସାହୁ ଓ ବୁଲୁ ସଙ୍ଗୀତ ଦାୟିତ୍ୱ ତୁଲାଇଥିବା ବେଳେ ଚକାଡୋଳା ଚିତ୍ରାଳୟ ମଂଚ ସଜ୍ଜା କରିଥିଲେ । ନାଟକର ଅଶୋକ ବ୍ରହ୍ମା, ଡ଼. ମିହୀର ତ୍ରିପାଠୀ,ଗିରିଜା ଶଙ୍କର ଦାସ, ଇଂ.ମନୋଜ ଦଣ୍ଡପାଟ,ନଳିନୀ ଗୌଡ଼,ଖୀରସିନ୍ଧୁ ମହାନ୍ତି,ଯାଦୁଗର କୁମାର,ଆରତୀ ପାତ୍ର,କୈଳାସ ପାଣିଗ୍ରାହୀ, ନାରାୟଣ ମହାଙ୍କୁଡ଼ ,ରବୀନ୍ଦ୍ର ନାୟକ ,ସରୋଜ ପଣ୍ଡା ,ପ୍ରମୂଖ ଅଭିନୟ କରିଥିଲେ । ଗାନ୍ଧୀ ଭୂମିକାରେ ନଳିନୀ ଗୌଡ଼ଙ୍କ ସୁନ୍ଦର ଅଭିନୟ ସାଙ୍ଗକୁ ନାଟକର ବାର୍ତ୍ତା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ନାଟକ ଆରମ୍ଭ ପୂର୍ବରୁ ବ୍ରହ୍ମପୁର କଳାକାର ଏକତା ମଞ୍ଚ ର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ସାଧାରଣ ସଭାରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ,କବି ଓ ସଂସ୍କୃତି ପ୍ରେମୀ ଇଂ.ଯାମିନୀକାନ୍ତ ଦାସ , ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଜଗଦୀଶ ପାଣିଗ୍ରାହୀ ,ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରମୂଖ ଅତିଥି ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସର ମହାନ ପରମ୍ପରା ନେଇ ନିଜର ଅଭିଭାଷଣ ରଖିଥିଲେ । ଏହି ଅବସରରେ ନାଟ୍ୟକାର ମେଜର ରମାରମଣ ପାଢ଼ୀ,ଶ୍ରୀମତୀ କିରଣ ବାଳା ମିଶ୍ର,ମଦନ ମିଶ୍ର,ରମେଶ ମହାରଣା,ଡା. ତିରୁପତି ସାହୁ ଆଦି ନାଟ୍ୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ଉପସଭାପତି ରାଜ ଗୋପାଳ ପାଢ଼ୀ ସଭା କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ନାଟ୍ୟ ପରିଚାଳକ ଅନିଲ କୁମାର ପାତ୍ର,ସୁନିଲ ସ୍ୱାଇଁ ,ତ୍ରିପତ୍ତି ନାୟକ ପ୍ରମୂଖ ବିଶେଷ ସହଯୋଗ କରିଥିଲେ । ସଂଘର କୋଷାଧ୍ୟକ୍ଷ ସତ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସାମ୍ୱାଦିକ ସୁଦୀପ ସାହୁ ସଙ୍ଗୀତ ଗାନ କରିଥିଲେ। ବ୍ରହ୍ମପୁର କଳାକାର ଏକତାମଂଚର ସମସ୍ତ ସଦସ୍ୟଙ୍କ ସହ ବିଭିନ୍ନ ଅନୁଷ୍ଠାନର ନାଟ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here