ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ ନକରି ନବୀନ ବାବୁ ଓଡିଶାବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ଡା. ପ୍ରତାପ କୁମାର ପାଣି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କିଛି ଆଖିଦୃଶିଆ କାମ ହୋଇନାହିଁ। ବିଏସକେୱାଇ କାର୍ଡରେ ‘ଚେକ୍ ଆଣ୍ଡ ବାଲାନ୍ସ’ କି ‘ଅଡିଟ’ କରାଯାଉନାହିଁ

0
21

ଭୁବନେଶ୍ୱର,୧୩/୦୪/୨୦୨୪: ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ପାଇଁ ଓଡ଼ିଶାର ଡାକ୍ତରମାନେ ଅନ୍ୟ ରାଜ୍ୟ ତଥା ଦେଶକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଦାଦନ ଶ୍ରମିକ ସମସ୍ୟା ଭଳି ରାଜ୍ୟରେ ହାଇଟେକ ଦାଦନ ଡାକ୍ତରଙ୍କ ସଂଖ୍ୟା ଓ ସମସ୍ୟା ବଢିଚାଲିଛି । ଓଡ଼ିଶାର ସରକାରୀ ହସ୍ପିଟାଲଗୁଡିକର ସଠିକ୍ ପରିଚାଳନା କରାଯାଉନାହିଁ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କିଛି ଆଖିଦୃଶିଆ କାମ ହୋଇନାହିଁ । ସରକାରୀ ଡାକ୍ତରଖାନାରେ ଡାକ୍ତର, ପାରାମେଡିକାଲ ଷ୍ଟାପ୍‌, ଟେକନିସିଆନ ଅଭାବ ରହିଛି ଏବଂ ଏହି ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ଯେଉଁ ଡାକ୍ତରଖାନାରେ ମେଡିକାଲ ଯନ୍ତ୍ରାଂଶ ରହିଛି, ସେ ସ୍ଥାନରେ ଟେକ୍ନିସିଆନ କିମ୍ବା ଡାକ୍ତର ନାହାନ୍ତି । ରାଜ୍ୟରେ ୪୭ ହଜାର ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୨୭ ହଜାର ଡାକ୍ତର ଅଛନ୍ତି । ରାଜ୍ୟର ୨୮୨୮୫ ନର୍ସିଂ ଅଫିସର ମଧ୍ୟରୁ ୧୭୩୮୫ ପଦ ଖାଲି, ୩୪୯୦ ଫାର୍ମାସିଷ୍ଟ ପଦବୀରୁ ୯୯୮ ପଦବୀ ଖାଲି, ୨୨୩୫ ଲ୍ୟାବରୋଟରୀ ଟେକନିସିଆନ ପଦବୀରୁ ୯୧୫ ଖାଲି, ୬୯୫ ରେଡିଓଲୋଜିଷ୍ଟ ପଦବୀରୁ ୩୭୮ ଖାଲି ପଡିଛି । ରାଜ୍ୟର ସର୍ବବୃହତ ମେଡିକାଲ କଲେଜ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ରୋଗୀମାନେ ପାନୀୟ ଜଳ ପାଇଁ ହାହାକାର ହେଉଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କ ସଂଖ୍ୟା ବଢୁଛି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ୱାସ୍ଥ୍ୟସେବା ବିପିର୍ଯ୍ୟସ୍ତ ହୋଇପଡିଛି । ଗରୀବ ରୋଗୀ ହନ୍ତସନ୍ତ ହେବା ସହିତ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ପ୍ରତାପ କୁମାର ପାଣି କହିଛନ୍ତି ।
ପ୍ରଚାର ସର୍ବସ୍ୱ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରହସନରେ ପରିଣତ ହୋଇଛି । ଘରୋଇ ଡାକ୍ତରଖାନା ଜରିଆରେ ବ୍ୟାପକ ଟଙ୍କା ହରିଲୁଟ୍ କରାଯାଉଛି । ବିଏସକେଓ୍‌ôାଇ କାର୍ଡରେ ‘ଚେକ୍ ଆଣ୍ଡ ବାଲାନ୍ସ’ କି ‘ଅଡିଟ’ କରାଯାଉନାହିଁ । ଓଡିଶା ବାହାରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ବିଏସକେୱାଇ କାର୍ଡ କାମ କରୁନାହିଁ । ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ବିଶ୍ୱର ନମ୍ବର ୱାନ । ତାହାଲେ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଜିଲ୍ଲାସ୍ତରୀୟ ମେଡିକାଲରୁ ଗୁରୁତର ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ୱରକୁ ଏୟାରଲିପ୍ଟ କାହିଁକି କରାଯାଉଛି ?
ଅନ୍ୟ ପଟେ ଦେଶବାସୀଙ୍କୁ ଉତମ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରାଯାଉନାହିଁ । ଓଡିଶାରେ ମାତ୍ର ୩ ଟି ମେଡିକାଲ କଲେଜ ଥିବାବେଳେ ଗତ ୧୦ ବର୍ଷର ମୋଦି ଶାସନରେ ଏହି ସଂଖ୍ୟା ୧୩କୁ ପହଂଚିଛି । କିନ୍ତୁ ମେଡିକାଲ କଲେଜ ସଂଖ୍ୟା ତାମିଲନାଡୁରେ ୭୪, କର୍ଣ୍ଣାଟକ ୭୦, ୟୁପିରେ ୬୯, ମହାରାଷ୍ଟ୍ର ୬୮, କେରଳରେ ୪୭କୁ ପହଂଚିଛି । ରାଜ୍ୟର ଅନେକ ପ୍ରମୁଖ ମେଡିକାଲରେ ସିଟି ସ୍କାନର ମଧ୍ୟ ବ୍ୟବସ୍ଥା ନାହିଁ । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ ନକରି ନବୀନ ବାବୁ ଓଡିଶାବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡା.ପାଣି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here