କଂଗ୍ରେସର ଆଉ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ

0
18

ଭୂବନେଶ୍ୱର,୧୩/୦୪/୨୦୨୪:ଆଜି ପ୍ରକାଶ ପାଇଲା କଂଗ୍ରେସର ଆଉ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ପୂର୍ବରୁ ୮ଟି ଲୋକସଭା ରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଆଜି ଓଡ଼ିଶାର ୯ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେହିପରି କେନ୍ଦୁଝର ଆସନ ପାଇଁ ମୋହନ ହେମ୍ବ୍ରମ, ବାଲେଶ୍ୱର ଆସନ ପାଇଁ ଶ୍ରୀକାନ୍ତ କୁମାର ଜେନା, ଭଦ୍ରକ ଆସନ ପାଇଁ ଅନନ୍ତ ପ୍ରସାଦ ସେଠୀ, ଯାଜପୁର ପାଇଁ ଅଞ୍ଚଳ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ।ତା ସହିତ ଢେଙ୍କାନାଳ ଲୋକସଭା ଆସନ ପାଇଁ ସସ୍ମିତା ବେହେରା, କେନ୍ଦ୍ରାପଡା ପାଇଁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁର ପାଇଁ ରବୀନ୍ଦ୍ର କୁମାର ସେଠୀ ଏବଂ ପୁରୀ ପାଇଁ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ କଂଗ୍ରେସ ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here