ପୋଲସରା ପୋଲିସ ସହାୟତାରେ ୪୦ ହଜାର ଟଙ୍କା ଫେରି ପାଇଲେ ରାମଚନ୍ଦ୍ର

0
18

ପୋଲସରା ୧୩/୦୪/୨୪ ପୋଲସରା ଏନ୍.ଏ.ସି ରାଣୀପଡା ସାହିର ରାମଚନ୍ଦ୍ର ପରିଡ଼ା ଗତ ତିନି ଦିନ ତଳେ ବୁଗୁଡା ହାଡ଼ଓ୍ବାର ଦୋକାନରୁ ୧ ଲକ୍ଷ ୯୦ ହଜାର ଟଙ୍କାର ସାମଗ୍ରୀ କିଣିଥିଲେ । ସେ ନଗଦ ଆକାରରେ ଦେଢ଼ ଲକ୍ଷ ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ୪୦ ହଜାର ଟଙ୍କା ଫୋନ୍ ପେ ମାଧ୍ୟମରେ ପଠାଇଥିଲେ । କିନ୍ତୁ ଦୋକାନୀ ଭୁଲ ଫୋନ ନମ୍ବର ଦେବା ଯୋଗୁ ଉକ୍ତ ୪୦ ହଜାର ଟଙ୍କା ସମ୍ବଲପୁର ଚିପିଲିମା ଅଞ୍ଚଳର ଜଣେ ବ୍ୟକ୍ତି ସରୋଜ ସାହୁଙ୍କ ଆକାଉଣ୍ଟକୁ ଚାଲି ଯାଇଥିଲା । ରାମଚନ୍ଦ୍ର ପରିଡ଼ା ସମ୍ବଲପୁର ଚିପିଲିମାର ସରୋଜ ସାହୁଙ୍କୁ ଭୁଲରେ ଯାଇଥିବା ୪୦ ହଜାର ଟଙ୍କା ଫେରାଇବା ପାଇଁ ଅନୁରୋଧ କରିଥିଲେ । ହେଲେ ସରୋଜ ସାହୁ ଫେରାଇବାରେ ବିଳମ୍ବ ହେବାରୁ ରାମଚନ୍ଦ୍ର ପରିଡା ପୋଲସରା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇ ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀ ତୁରନ୍ତ ପଦକ୍ଷେପ ଗ୍ରହଣ କରି ସମ୍ବଲପୁର ପୋଲିସର ସହାୟତା ନେଇଥିଲେ । ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ପୋଲସରା ପୋଲିସ୍ ସେହି ବ୍ୟକ୍ତିଙ୍କ ଠାରୁ ୪୦ ହଜାର ଟଙ୍କା ଫେରାଇ ଆଣି ଅଭିଯୋଗ କରିଥିବା ରାମଚନ୍ଦ୍ର ପରିଡ଼ାଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ରାମଚନ୍ଦ୍ରଙ୍କ ପରିବାର ପୋଲସରା ଥାନା ଅଧିକାରୀ କୌଶିକ୍ ମାଝି ଓ ଏସ.ଆଇ ସୁଭ୍ରଜିତ ସାମନ୍ତରାୟଙ୍କ ସମେତ ସମ୍ବଲପୁର ପୋଲିସକୁ କୃତଞ୍ଜତା ଜଣାଇ ପୋଲିସ ଜନସାଧାରଣଙ୍କ ପ୍ରକୃତ ବନ୍ଧୁ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here