ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ଓ ପ୍ରାଚୀନ ସାହିତ୍ୟ ସଂସଦ ପକ୍ଷରୁ ମାସିକ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

0
15

ବ୍ରହ୍ମପୁର,୧୩/୦୪/୨୦୨୪: ସ୍ଥାନୀୟ ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ଓ ପ୍ରାଚୀନ ସାହିତ୍ୟ ସଂସଦ, ବ୍ରହ୍ମପୁର’ର ମିଳିତ ଆନୁକୁଲ୍ୟରେ କଲେଜର ଓଡିଆ ବିଭାଗରେ ଶ୍ରେଣୀ ପ୍ରକୋଷ୍ଠରେ ମାସିକ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଡଃ ଲକ୍ଷ୍ମୀନାରାୟଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ସାହିତ୍ୟ ଆସରରେ ଦେବଦୁର୍ଲ୍ଲଭ ଦାସଙ୍କ “ରହସ୍ୟମଞ୍ଜରୀ” ସଂପର୍କରେ ମୁଖ୍ୟ ଆଲୋଚକ ଭାବରେ ପଣ୍ଡିତ ବିଶ୍ଵନାଥ ଶତପଥୀ ଆଲୋଚନା କରିଥିଲେ । ଅନ୍ୟତମ ଆଲୋଚକ ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଦକ୍ଷୀଣ ଓଡ଼ିଶାର ଉପ ସଚିବ ଡଃ କୁଳମଣି ଓଝା ସାରଗର୍ଭକ ଆଲୋଚନା ଉପସ୍ଥାପନା କରିଥିଲେ l ଭକ୍ତ କାର୍ଯ୍ୟକ୍ରମରେ କବି ପ୍ରମୋଦ କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ , କବୟିତ୍ରୀ ଗାୟତ୍ରୀ ପାଣି ଗ୍ରାହୀ କବିତା ପାଠର ସଂଯୋଜନା କରିଥିଲେ। ବିଶିଷ୍ଟ କବି ଡଃ ସୁଶାନ୍ତ ଦାଶ, ଶ୍ରୀଯୁକ୍ତ ବିଜୟ ଚନ୍ଦ୍ର ମିଶ୍ର, ଶ୍ରୀ ବଂଶୀଧର ସେଠୀ, ରୂପାଲି ମିଶ୍ର, ଏସ. ସୁପ୍ରିୟା ରେଡ୍ଡୀ,ପୂଜା ସାବତ, ଅନିତା ବେହେରା, ସରିତା କୁମାରୀ ଗୌଡ,ସୁସ୍ତିରାଣୀ ନାୟକ, ମଧୁମିତା ହୋତା, ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା, ଡ. କୁଳମଣୀ ଓଝା, ଡ. ସୁଶାନ୍ତ ଦାଶ, ଶ୍ରୀ ଲିଙ୍ଗରାଜ ଷଡଙ୍ଗୀ, ଶ୍ରୀମତୀ ଗାୟତ୍ରୀ ରଥ, ଶ୍ରୀ ଟି. କାଳିପ୍ରସାଦ ରାଓ, ଡ. ସନ୍ତୋଷ କୁମାର ଦାଶ, ସନ୍ତୋଷ କୁମାର ସାହୁ, ଶ୍ରୀମତୀ ଏବଂ ଅନେକ କବି ଓ କବୟିତ୍ରୀ ଏଇ ଆସରରେ କବିତା ପାଠ କରିଥିଲେ । ଶ୍ରୀମତୀ ଅନିତା ମିଶ୍ର କ୍ଷୁଦ୍ର ଗଳ୍ପ ପାଠ କରିଥିଲେ ।

ଶେଷରେ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗ ମୁଖ୍ଯ ଶ୍ରୀଯୁକ୍ତ ସାନ୍ତନୁ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here