ପୋଲସରା ଓ ବୁଗୁଡ଼ା ଅଞ୍ଚଳରେ ସଂକ୍ରାନ୍ତି ମେରୁ ଯାତ୍ରା ଉଦଯାପିତ

0
92

ପୋଲସରା/ ବୁଗୁଡା ୧୫/୦୪/୨୪ ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି । ବିଭିନ୍ନ ଗ୍ରାମରେ ମାଁ ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଓ ପଣା ସଂକ୍ରାନ୍ତି ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ପରମ୍ପରାକୁ ପାଥେୟ କରି ସର୍ବାଧିକ ୨୧ ଦିନ ଧରି ମହାସମାରୋହରେ ମାଁ ଦଣ୍ଡକାଳୀ ଗ୍ରାମରୁ ଗ୍ରାମକୁ ଭ୍ରମଣ କରିଥିଲେ । ଆସ୍ଥା ଓ ବିଶ୍ୱାସର ଏହି ପରମ୍ପରାକୁ ନେଇ ହଜାର ହଜାର ଶ୍ରଦ୍ଧାଳୁ ଏହି ସଂକ୍ରାନ୍ତି ମେରୁ ଯାତ୍ରାରେ ସାମିଲ ହୋଇଥାନ୍ତି । ଘଣ୍ଟ ଓ ଢୋଲ ବାଜାରେ ମାଁ କାଳୀଙ୍କ ଆସ୍ଥାନ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ମାନସିକ ଧାରି ଦଣ୍ଡୁଆମାନେ ଯଥା ରିତିନିତୀ ଅନୁସାରେ ଧୂଳିଦଣ୍ଡ , ପାଣି ଦଣ୍ଡ , ଅଗ୍ନି ଦଣ୍ଡ କରିବା ସହ ପୂର୍ଣ୍ଣାହୁତି ପରେ ମାଁ କାଳୀଙ୍କ ମନ୍ଦିର ପରିକ୍ରମା କରିଥାନ୍ତି ।ଶେଷରେ ବେଲ କାଠରେ ନିର୍ମାଣ ହୋଇଥିବା ଦୁଇ ଖୁଣ୍ଟିରେ ମୁଖ୍ୟ ପାଟ ଦଣ୍ଡୁଆଙ୍କୁ ଦହିରେ ସ୍ନାନ କରାଇ ଗୋଡ଼ ଉପରକୁ ବାନ୍ଧି ମୁଣ୍ଡ ତଳକୁ କରି ମେରୁଅଗ୍ନି କୁଣ୍ଡରେ ଝୁଲି ମାଁକାଳୀଙ୍କୁ ସମର୍ପଣରେ ଜଗତର କଲ୍ୟାଣ କରିଥାନ୍ତି । ଏହି ଲୋକପ୍ରିୟ ଗଣଉତ୍ସବକୁ ନେଇ ପୋଲସରା ଓ ବୁଗୁଡ଼ା ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଥାଏ । ପୋଲସରା ବ୍ଲକ ଅନ୍ତର୍ଗତ ପୋଲସରା, ରୁଖାକଣା, ତିରିବିରି, ହାତୀଓଟ, ଜେମାଦେଇପୁର, ବିଲେଇଝୁରୀ, ପାଟିଗଡ ଓ ଢୁଙ୍କାପଡା ଏବଂ ବୁଗୁଡ଼ା ଅଞ୍ଚଳର ବୁଗୁଡ଼ା, ଭାମଶ୍ଯାଳୀ, ମରେଇପଲ୍ଲୀ, ଗୋଲିଆ, ବସ୍କିପଲ୍ଲୀ, ପୋଚାଲୁଣ୍ଡି, ପାନିକେଶ୍ବର, ଭାବସର, କାନକୁଟୁରୁ, ଚିଲିଖମା ଓ ପୋଚାଲୁଣ୍ଡି ସମେତ ଅନ୍ୟ କିଛି ଗ୍ରାମରେ ସଂକ୍ରାନ୍ତି ମେରୁ ପର୍ବ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମାଁ କାଳୀଙ୍କ ପୂଜାର୍ଚ୍ଚନା ହୋଇଥାଏ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲସରା ଓ ବୁଗୁଡା ପୋଲିସ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here