ବିଜେଡି ଇସ୍ତାହାର କମିଟି ସଦସ୍ୟା ତଥା ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ପାଣିଗ୍ରାହୀଙ୍କ ବିଜେପିରେ ଯୋଗଦାନ। ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଭିତିରେ ପରିଚାଳିତ ବିଜୁ ଜନତା ଦଳ : ଜ୍ୟୋତି ପାଣିଗ୍ରାହି ।। ରାଜ୍ୟ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବି ଶ୍ରୀ ସରୋଜ କୁମାର ପାଣିଗ୍ରାହୀ ବିଜେପିରେ ଯୋଗ ଦେଲେ।ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ, ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ବିଜେପିରେ ହେଲେ ସାମିଲ।ପୁରୀର ବରିଷ୍ଠ ବିଜେଡି ନେତା ତଥା ଆଇନଜୀବୀ ପ୍ରସନ୍ନ ମିଶ୍ରଙ୍କ ବିଜେପିରେ ଯୋଗଦାନ।ମହିଳା ଉଦ୍ୟୋଗୀ ଶ୍ରୀମତୀ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସଙ୍କ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ

0
13

ଭୁବନେଶ୍ୱର,୧୫/୦୪/୨୦୨୪: ବିଜେଡିରେ ଗଣତାନ୍ତ୍ରୀକ ବ୍ୟବସ୍ଥା ଧ୍ୱସ୍ତ ହୋଇଯାଇଛି । ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଭିତିରେ ପରିଚାଳିତ ବିଜୁ ଜନତା ଦଳ । ମହିଳା, ଶିଶୁ, ଯୁବକ, ଚାଷିକୁଳ, ଛାତ୍ରଛାତ୍ରୀମାନଙ୍କୁ ଅଣଦେଖା କରାଯିବା କାରଣରୁ ରାଜ୍ୟ ବିକାଶରେ ଠପ୍ ପଡିଯାଇଛି । ରାଜ୍ୟର ସାମୁହିକ ବିକାଶ ପାଇଁ ମୋଦି ଗ୍ୟାରେଂଟିର ଆବଶ୍ୟକତା ରହିଛି ବୋଲି ବିଜେଡି ଇସ୍ତାହାର କମିଟି ସଦସ୍ୟା ତଥା ବରିଷ୍ଠ ଉପସଭାପତି ତଥା ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ପାଣିଗ୍ରାହୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀମତୀ ଜ୍ୟୋତି ପାଣିଗ୍ରାହି ଏବଂ ରାଜ୍ୟ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବି ଶ୍ରୀ ସରୋଜ କୁମାର ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ସେହିପରି ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ, ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଆଜି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଟେକରାମ ସାହୁ, ଟୁକୁ ସାହୁ, ଡ.ଅଶୋକ ସାହୁ, ଭରତ ପ୍ରଧାନ, ଘନଶ୍ୟାମ ସାହୁ, ଖେଳୱାନ କେଉଟ, ନାରାୟଣ ମାଝୀ, ପିଲାଲାଲ ଜଗତ, କହ୍ନେୟା ଭାଇ, ଶ୍ରୀକାନ୍ତ ପ୍ରଧାନ, ଅନନ୍ତ ସାହୁ, ଦୁଖୁ ଭାଇ, ବୈରାଜ ସାହୁ, ବେଦରାମ ମାଝୀ, ବିଶେଷର ଶବର, ପ୍ରକେଶ ସାହୁ, କୈଳାଶ ପାଣ୍ଡେ, ଲଳିତ ପାଣ୍ଡେ, ହୀରା ପାଣ୍ଡେ, ତ୍ରିନାଥ ସାହୁ, ଶରତ ଜଗତ, ତ୍ରିଲୋଚନ ସାହୁ, ଖିତେଶ ଦଣ୍ଡସେନା, ସଞ୍ଜୟ ପ୍ରଧାନ, କିଷାନ ସାହୁ, ମନୋରଞ୍ଜନ ସାହୁ, ଚନ୍ଦ୍ରଧର ସାହୁ, ଦୁବେଲାଲ ସାହୁ, ଚନ୍ଦ୍ରଧର ସାହୁ, କ୍ଷୀରୋଦ ପାଣ୍ଡେ, ନାରାୟଣ ସାହୁ, ଉମେଶ ସାହିସ୍‌, କ୍ରୀଷ୍ଣା ସାହୁ, ଅର୍ଜୁନ ନାୟକ, ସୁମନ୍ତ ସାହୁ, ଲବ ଭୋଇ, ଅରୁଣ ଧାରୁଆ ପ୍ରମୁଖ ବିଜେଡି ଦଳ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ପୁରୀ ବିଧାନସଭାମଣ୍ଡଳୀରେ ବିଜେଡି ବରିଷ୍ଠ ନେତା ତଥା ଆଇନଜୀବୀ ପ୍ରସନ୍ନ ମିଶ୍ର ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ମିଶ୍ରଙ୍କ ସହ ସୁଶାନ୍ତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପାତ୍ର, ସଞ୍ଜୟ ପ୍ରଧାନ, ରଞ୍ଜନ ପ୍ରଧାନ, ଲିପା ପ୍ରଧାନ, ପ୍ରଭାକର ରାଉତ, ବିକ୍ରମ ଜେନା, ଅନନ୍ତ ପ୍ରଧାନ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱରର ମହିଳା ଉଦ୍ୟୋଗୀ ଶ୍ରୀମତୀ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ସରୋଜ କର, ବରିଷ୍ଠ ନେତା ମହେଶ ମହାନ୍ତି ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।

LEAVE A REPLY

Please enter your comment!
Please enter your name here